ଦେଶ

ଶାହୀ ଇଦ୍‌ଗାହର ସାଇଣ୍ଟିଫିକ୍ ସର୍ଭେ ମାମଲା; ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା – Ibnodisha

[ad_1]

ନୂଆଦିଲ୍ଲୀ: ମଥରୁରାର ଶାହୀ ଇଦ୍‌ଗାହରେ ଜ୍ଞାନବାପୀ ପରିସର ପରି ସାଇଣ୍ଟିଫିକ୍ ସର୍ଭେ ଦାବିରେ କରାଯାଇଥିବା ପିଟିସନ୍‌ର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲ୍ ଏବଂ ଜଷ୍ଟିସ୍ ସୁଧାଂଶୁ ଧୂଲିଆଙ୍କ ଖଣ୍ଡପୀଠ କହିଛନ୍ତି, କୃଷ୍ଣ ଜନ୍ମଭୂମି ସମ୍ବନ୍ଧିତ ସମସ୍ତ ମୁଖ୍ୟ ପିଟିସନ୍ ଆହ୍ଲାବାଦ ହାଇକୋର୍ଟରେ ଲମ୍ବିତ ରହିଛି । ହାଇକୋର୍ଟରେ ମାମଲା ଶୁଣାଣିଯୋଗ୍ୟ ହେବାପରେ ହିଁ ହାଇକୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ । ଜୁଲାଇରେ ଶାହୀ ଇଦ୍‌ଗାହର ସାଇଣ୍ଟିଫିକ୍ ସର୍ଭେ ଦାବିରେ ହୋଇଥିବା ପିଟିସନ୍‌କୁ ହାଇକୋର୍ଟ ଜୁଲାଇରେ ଖାରଜ କରିଦେଇଥିଲେ । ଏହାପରେ କୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ୍ ଏହି ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button