ଦେଶ

୨ ଦିନ ପାଇଁ ଘୁଞ୍ôଚଲା କୃଷକଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନ – Ibnodisha

[ad_1]

ନୂଆଦିଲ୍ଲୀ : କୃଷକଙ୍କ ଦିଲ୍ଲୀ ଚଲୋ’ ଅଭିଯାନକୁ ୨ ଦିନ ପାଇଁ ସ୍ଥଗିତ ରଖାଯାଇଛି । ଫଳରେ ସିଂଘୁ ଏବଂ ଖନୌରୀ ସୀମାରେଖା ଠାରେ ଜମା ହୋଇଥିବା ହଜାର ହଜାର ଚାଷୀ ଆସନ୍ତା ୨ଦିନ ପର୍ଯ୍ୟନ୍ତ ସେହିଠାରେ ଡେରା ପକାଇବେ । ଏସମ୍ପର୍କେରେ ସୂଚନା ଦେଇ କୃଷକ ନେତା ତଥା ପଞ୍ଜାବ କିଷାନ୍ ମଜଦୁର ସଂଘର୍ଷ କମିଟି ମୁଖ୍ୟ ଶରୱନ୍ ପନ୍‌ଧେର କହିଛନ୍ତି, ଖନୌରୀ ସୀମାରେଖା ଠାରେ ଆନ୍ଦୋଳନରତ କୃଷକଙ୍କ ମଧ୍ୟରୁ ଜଣେ କୃଷକଙ୍କ ଦେହାନ୍ତ ହୋଇଯିବା ପରେ କୃଷକ ମୋର୍ଚ୍ଚାଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ୨ ଦିନ ମଧ୍ୟରେ ଦିଲ୍ଲୀ ଚଲୋ’ ଅଭିଯାନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ଏବଂ ସେହି ଅନୁସାରେ କୃଷକମାନେ ଆଗକୁ ବଢ଼ିବେ । ଆସନ୍ତା ୨୩ ତାରିଖ ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟାରେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ପ୍ରକାଶ, ଦିନକ ପୂର୍ବେ ଖନୌରୀ ସୀମାରେଖା ଠାରେ ହରିଆଣା ପୁଲିସ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନକାରୀ କୃଷକଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା । ଏହି ସମୟରେ ୩ଜଣ କୃଷକ ଗୁରୁତର ଆହତ ହୋଇଥିଲେ । ତେବେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସମୟରେ ଏମାନଙ୍କ ମଧ୍ୟରୁ ଜଣେ ୨୧ ବର୍ଷୀୟ ଯୁବ କୃଷକ ଶୁଭକରନ୍ ସିଂହଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ଏବେ ସୀମାରେ ପରିସ୍ଥିତି ବେଶ୍ ଗରମାଗରମ୍ ରହିଛି । ଏହି ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ବଢ଼ୁଥିବା ଆକ୍ରୋଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ମୋର୍ଚ୍ଚାଙ୍କୁ ସମୟ ମଗାଯାଇଥିଲା ।

ତେବେ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପୂର୍ବକ କୃଷକ ମୋର୍ଚ୍ଚା ଏବେ ୨ ଦିନ ପାଇଁ ଦିଲ୍ଳୀ ସୀମାରେଖାରେ ଶାନ୍ତି’ ରକ୍ଷା ପାଇଁ କୃଷକଙ୍କୁ ଅନୁରୋଧ କରିଛି । ତେବେ ପଞ୍ଜାବରୁ ଦିଲ୍ଲୀ ଅଭିମୂଖେ ଆସୁଥିବା କୃଷକମାନେ ପୁଲିସ୍ ଲଗାଇଥିବା ବ୍ୟାରିକେଡ୍‌ଗୁଡିକୁ ଭଙ୍ଗାରୁଜା କରିବା ସହ ଧସେଇ ପଶିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ୍ ପକ୍ଷରୁ ସେମାନଙ୍କ ଉପରେ ଟିୟର ଗ୍ୟାସ ଏବଂ ପାଣିମାଡ କରାଯାଇଥିବା ଦେଖିବାକୁ ମିଳିଥିଲା । ଜବାବରେ କିଛି ଚାଷୀ ଶୁଖିଲା ଲଙ୍କାରେ ନିଆଁ ଲଗାଇ ଏବଂ ସେହି ନିଆଁରେ ଲଙ୍କାଗୁଣ୍ଡ ପକାଇ ପୁଲିସ୍‌କୁ ନାକେଦମ୍ କରିଦେଇଥିଲେ । ତେବେ ଏସବୁ ଘଟିବାର କିଛି ସମୟ ମଧ୍ୟରେ କୃଷକ ମୋର୍ଚ୍ଚା ପକ୍ଷରୁ ୨ ଦିନିଆ ଶାନ୍ତି ରକ୍ଷା ପାଇଁ ଅପିଲ୍ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button