ଦେଶ

କରେଣ୍ଟ ଲଗାଇ ସ୍ୱାମୀର ହତ୍ୟା କଲା ସ୍ତ୍ରୀ, ଦୁଇ ଦିନ ଘରେ ରଖିଲା ଶବ – Ibnodisha

[ad_1]

ଆଗ୍ରା : ଆଗ୍ରାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କରେଣ୍ଟ ଲଗାଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ଘରୁ ପଚା ଗନ୍ଧ ବାହାରିବା ପରେ ସେ ନିଜେ ଥାନାରେ ପହଞ୍ଚି ହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।ସଦର ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ମୃତକର ନାମ ହେଉଛି ନୀରଜ । ପୋଲିସ କହିବା ଅନୁସାରେ ନୀରଜ କୁଶୱା ତାଙ୍କ ସ୍ତ୍ରୀ ପ୍ରୀତି ଏବଂ ଦୁଇ ପିଲାଙ୍କ ସହ ନଗଲା କାଛିୟାନରେ ଏକ ଭଡା ଘରେ ରହୁଥିଲେ । ସେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ େଓ୍ଵଣ୍ଡର ଭାବରେ କାମ କରୁଥିଲେ ।ନୀରଜ ଅତ୍ୟଧିକ ମଦ୍ୟପାନ କରୁଥିଲେ ଏବଂ ସବୁ ଦିନ ଘରକୁ ଆସି ପ୍ରୀତିଙ୍କୁ ହଇରାଣ କରୁଥିଲେ । ଏଭଳି ବାରମ୍ବାର ଘଟିବା ପରେ ପ୍ରୀତି ରାଗି ଯାଇ ନିଜ ସ୍ୱାମୀଙ୍କ ହତ୍ୟା କରିବା ଭଳି ପଦକ୍ଷେପ ନେଇଥିଲେ । ସେ ନିଜ ସ୍ୱାମୀଙ୍କ ଗୋଡ଼ରେ ବିଦ୍ୟୁତ ତାର ସଂଯୋଗ କରି କରେଣ୍ଟ ଲଗାଇଥିଲେ । ଫଳରେ ସ୍ୱାମୀ ନୀରଜଙ୍କର ମୃତ୍ୟୁ ହୋଇଥିଲା । ମହିଳା ଜଣକ ମୃତଦେହକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି ।ପୋଲିସ ସୂଚନା ଅନୁସାରେ ସୋମବାର ସକାଳେ ମୃତ ଦେହରୁ ଗନ୍ଧ ଆସିବା ପରେ ପ୍ରୀତି ଘରେ ତାଲା ପକାଇ ପୋଲିସ ଥାନାରେ ପହଞ୍ଚିଥିଲେ ଏବଂ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି କହିଥିଲେ । ସମ୍ପୃକ୍ତ ଘଟଣାରେ ପୋଲିସ ଅଧିକାରୀ ପ୍ରଦୀପ କୁମାର କହିଛନ୍ତି ଯେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ପ୍ରୀତିଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି । ଘରୋଇ ବିବାଦକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button