ଦେଶ

୫୮ ବର୍ଷ ବୟସରେ ପାଦ ଥାପିଲେ କିଙ୍ଗ ଖାନ – Ibnodisha

[ad_1]

ମୁମ୍ବାଇ : ଆଜି ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଥାପିଛନ୍ତି ବାଦଶାହ । ୧୯୬୫ ମସିହା ଆଜିର ଦିନରେ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ । ଜୀବନରେ ଅନେକ ସଂଘର୍ଷର ପାହାଡ ଅତିକ୍ରମ କରି ସେ ଆଜି ସଫଳତାର ଶୀର୍ଘରେ ପହଞ୍ଚିଛନ୍ତି । ବୟସ ବଢିଛି ସତ ହେଲେ ଏବେବି କମିନି ଶାହରୁଖଙ୍କ କ୍ରେଜ୍ । କେବଳ ଦେଶ ନୁହେଁ , ବିଦେଶରେ ବି ତାଙ୍କର ଅନେକ ଫ୍ୟାନ୍ସ । ଏବେବି ଯୁବପୀଢିଙ୍କ ପାଇଁ ସେ ରୋମାନ୍ସ କିଙ୍ଗ୍ । ନିଆରା ତାଙ୍କ ଅନ୍ଦାଜ୍ , ନିଆରା ତାଙ୍କ ଷ୍ଟାଇଲ୍ , ନିଆରା ତାଙ୍କ ଆକ୍ସନ୍ । ଶାହରୁଖ କେବଳ ଜଣେ ପପୁଲାର୍ ଷ୍ଟାର୍ ନୁହଁନ୍ତି , ସେ ଜଣେ ଭଲ ବ୍ୟକ୍ତିତ୍ବ ମଧ୍ୟ । ଶାହରୁଖଙ୍କ ଉତ୍ତମ ବ୍ୟବହାର ବୋଧହୁଏ ସମସ୍ତଙ୍କ ହୃଦୟ ଜିତିଛି । ଅନେକ ସମୟରେ ଅନେକଙ୍କ ମୁହଁରୁ ଶାହରୁଖଙ୍କ ପ୍ରଶଂସା ଶୁଣିବାକୁ ମିଳେ । ଓବାମାଙ୍କଠୁ ଆରମ୍ଭ କରି ହଲିଉଡ୍‌ର ଷ୍ଟାର କଳାକାରଙ୍କ ମୁହଁରେ ଶାହରୁଖଙ୍କର ପ୍ରଶଂସା। ଏପରି ଏକ ବ୍ୟକ୍ତିତ୍ୱ ଯିଏ କୁଆଁରୀ ଝିଅର ପ୍ରେମ, ମାଆର ଆଦର୍ଶ, ଜେଜେମାର ବାତ୍ସଲ୍ୟ। ଜନ୍ମଦିନ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାହାରୁଖ ଘର ମନ୍ନତ ଆଗରେ ଲାଗିଛି ଫ୍ୟାନ୍ସଙ୍କ ଭିଡ଼। ଜନ୍ମଦିନରେ ତାଙ୍କର ଗୋଟିଏ ଝଲକ ପାଇଁ ଫ୍ୟାନ୍ସମାନେ ପାଗଳ ହୋଇପଡିଛନ୍ତି । କିଏ ବାଣ ଫୁଟାଉଥିଲେ ତ କିଏ କହୁଥିଲେ ହାପି ବାର୍ଥ ଡେ ଶାହାରୁଖ୍ । ଫ୍ୟାନ୍ସ ମାନଙ୍କ ଏଭଳି ଭଲ ପାଇବା ଦେଖି ଶାହାରୁଖ ମଧ୍ୟ ନିଜକୁ ଅଟକାଇପାରିନଥିଲେ । ବିଳମ୍ବିତ ରାତିରେ ଛାତ ଉପରକୁ ଆସି ହାତ ହଲାଇ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଥିଲେ । କେବଳ ଏତିକି ନୁହେଁ ଶାହାରୁଖ ଖାନ ମଧ୍ୟ ବିଳମ୍ବିତ ରାତିରେ ଟ୍ୱିଟ କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶାହରୁଖ୍ କହିଛନ୍ତି ବିଶ୍ବାସ ହେଉନି ଏତେ ସଂଖ୍ୟକ ପ୍ରଶଂସକ ଆଜି ବିଳମ୍ବିତ ରାତିରେ ଆସି ମୋତା ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୁଁ ସାମନ୍ୟ ଜଣେ ଅଭିନେତା । ମୁଁ ଆପଣଙ୍କୁ କେବଳ ମନୋରଞ୍ଜନର ଖୁରାକ୍ ଯୋଗାଉଛି । ଆ ଠାରୁ ଅଧିକ କିଛି ଖୁସି ଦେଉନାହିଁ । ଟେଲିଭିଜନ ପରେ ସେ ସିନେମା ଜଗତରେ ପାଦଦେଇଥିଲେ ବାଦଶାହା । ଚଳଚ୍ଚିତ୍ର ‘ଦିୱାନା’ ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ । ଶାହାରୁଖଙ୍କ ଚଳଚିତ୍ର ଜୀବନ ଥିଲା ଅତ୍ୟନ୍ତ ସଂଘର୍ଷମୟ । ବହୁ ବାଧାବିଘ୍ନ ସତ୍ତ୍ବେ ବି ଶାହାରୁଖ କେବେ ଥକି ପଡିନାହାନ୍ତି । ବୟସ କେବେ ତାଙ୍କ ପାଇଁ ବାଧା ସାଜିନି । ଆଜି ବି ଦେଇଚାଲିଛନ୍ତି ସୁପର ଡୁପର ଫିଲ୍ମ ଉପହାର୍ । ଆଜି ବି ଦର୍ଶକଙ୍କ ପାଇଁ ସେ ହେଉଛନ୍ତି ରୋମାନ୍ସ କିଙ୍ଗ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button