ଦେଶ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ ଇ-କମର୍ସ ଆମାଜନ୍‌କୁ ଜାରି ହେଲା ନୋଟିସ୍‌ – Ibnodisha

[ad_1]

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଇ-କମର୍ସ ଆମାଜନ୍‌କୁ ଜାରି ହେଲା ନୋଟିସ୍‌ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନୋଟିସ୍‌ ଜାରି ହୋଇଛି । ଅଯୋଧ୍ୟା ରାମ ମନ୍ଦିରରୁ କୌଣସି ପ୍ରସାଦ ପଠାଯାଇନଥିବା ବେଳେ ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ କହି ଆମାଜନ ସାଧାରଣ ମିଠା ବିକ୍ରି କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଭକ୍ତଙ୍କ ଭାବାବେଗକୁ ଆଘାତ ହୋଇଛି । ଇ-କମର୍ସ ସାଇଟ୍ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗର ଆଧାରରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ ହେବେ। ତେବେ ଏହା ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିରର ପ୍ରସାଦ ନାଁରେ ମିଠା ବିକ୍ରି କରି ଆମାଜନ ଗ୍ରାହକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗରେ ଦର୍ଶାଯାଇଛି।ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରସାଦ କହି ରଘୁପତି ଘିଅ ଲଡୁ, ଖୁଆ ଲଡୁ, ଦେଶୀ ଗାଈ କ୍ଷୀରରେ ତିଆରି ପେଡା ଆଦି ଆମାଜନ ବିକ୍ରି କରୁଥିଲା। ତେବେ ଏହା କୌଣସି ରାମ ମନ୍ଦିରର ପ୍ରସାଦ ନୁହେଁ । ଖାଦ୍ୟ ଜିନିଷ ବିକ୍ରି କରିବା ପାଇଁ ଆମାଜନ୍‌ ଭୁଲ୍‌ ତଥ୍ୟ ଦେଇ ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସିସିପିଏ ଦ୍ୱାରା ଆମାଜନକୁ ନୋଟିସ୍ ଜାରି କରାଯିବା ସହ ସାତ ଦିନ ଭିତରେ ଏହାର ଜବାବ ଦେବାକୁ କୁହାଯାଇଛି। ନଚେତ ଗ୍ରାହକ ସୁରକ୍ଷା ଆଇନ ୨୦୧୯ ଅନୁଯାୟୀ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button