ଦେଶ

ସନାତନ ଧର୍ମକୁ ମେଲେରିଆ, ଡେଙ୍ଗୁ କହି ବିବାଦ ସୃଷ୍ଟି କଲେ ଏମ୍‌. କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି – Ibnodisha

[ad_1]

ଚେନ୍ନାଇ: ସନାତନ ଧର୍ମକୁ ମେଲେରିଆ ଓ ଡେଙ୍ଗୁ ସହିତ ତୁଳନା କରି ତାମିଲନାଡୁ ‘ଡିଏମ୍‌କେ’ ସରକାରଙ୍କ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ବିବାଦୀୟ ହୋଇପଡ଼ିଛନ୍ତି।

ଶନିବାର ଦିନ ‘ସନାତନ ଉଚ୍ଛେଦ ସମ୍ମିଳନୀ’ରେ ଉଦ୍‌ବୋଧନ ଦେବା ବେଳେ ଉଦୟନିଧି କହିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୁଦ୍ଧାଚରଣ କରୁଛି।

ସେ କହିଲେ, ‘ସନାତନ ଧର୍ମ ବିରୋଧ’ ପରିବର୍ତ୍ତେ  ସମ୍ମିଳନୀର ନାଁ ‘ସନାତନ ଧର୍ମ ଉଚ୍ଛେଦ’ ଦେଇଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି। ଏମିତି କିଛି କଥା ଅଛି ଯାହାକୁ ଖାଲି ବିରୋଧ କଲେ ଚଳିବ ନାହିଁ, ଉଚ୍ଛେଦ କରିବାକୁ ପଡ଼ିବ। ମଶା, ଡେଙ୍ଗୁଜ୍ବର, ମେଲେରିଆ, କରୋନା ଆଦିକୁ ବିରୋଧ କରାଯାଇ ପାରିବ ନାହିଁ। ସେସବୁ ବିଲୋପ କରିବାକୁ ପଡ଼ିବ। ସନାତନ ମଧ୍ୟ ସେହିପରି। ବିରୋଧ ନୁହେଁ ସନାତନ ବିଲୋପ ଆମର ମୁଖ୍ୟ କାର୍ଯ୍ୟ ହେବା ଉଚିତ।

Image Courtesy of Zee News

‘ସନାତନମ୍‌’ କ’ଣ? ‘ସନାତନମ୍‌’ ନାଁ ସଂସ୍କୃତରୁ ଆସିଛି। ‘ସନାତନମ୍’ ସମାନତା ଓ ସାମାଜିକ ନ୍ୟାୟର ବିରୁଦ୍ଧାଚରଣ କରୁଛି। ‘ସନାତନମ୍‌’ର ଅର୍ଥ ହେଉଛି ‘ଚିରସ୍ଥାୟୀ’ ଯାହାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଏହାହିଁ ‘ସନାତନମ୍‌’ର ଅର୍ଥ, ଏଥିରେ କାହାର ସନ୍ଦେହ ନାହିଁ।

ତାଙ୍କର ଏହି ଟିପ୍ପଣୀ ‘ଭାଇରାଲ୍‌’ ହେବା କ୍ଷଣି ତାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ମଧ୍ୟ ଆସିଲା। କିନ୍ତୁ, ସେ ନିଜ ଟିପ୍ପଣୀ ପ୍ରତି ଅଟଳ ରହିଛନ୍ତି।

ଟିପ୍ପଣୀ ପ୍ରତ୍ୟାହାର କରିବାକୁ ଅଗ୍ରାହ୍ୟ କରି ଉଦୟନିଧି ‘ଏକ୍ସ୍‌’ କରିଛନ୍ତି: ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯେକୌଣସି ପ୍ରକାରର ଆଇନଗତ ଚାଲେଞ୍ଜ୍‌ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି। ଏଭଳି ଚିରାଚରିତ ଗୈରିକ ଧମକ ମତେ ଭୟଭୀତ କରିପାରିବ ନାହିଁ। ଆମେ ପେରିୟାର୍‌, ଅନ୍ନା ଓ କାଲୈଙ୍ଗର୍‌ଙ୍କ ଅନୁଗାମୀ। ସାମାଜିକ ନ୍ୟାୟ ଓ ସାମ୍ୟ ସମାଜ ପାଇଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ସୁଦକ୍ଷ ପରାମର୍ଶରେ ସଂଗ୍ରାମ ଜାରି ରଖିବୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button