ଦେଶ

ସଚିନଙ୍କ ହୃଦୟ ଚୋରିକଲା କାଶ୍ମୀର ବ୍ୟାଟ୍ କାରଖାନା – Ibnodisha

[ad_1]

ଶ୍ରୀନଗର: ଜମ୍ମୁ କାଶ୍ମୀରର ସଙ୍ଗମ ଅଞ୍ଚଳରେ ଥିବା ଏକ ବ୍ୟାଟ୍ କାରଖାନାର ମାଲିକ ଶନିବାର ଅତ୍ୟନ୍ତ ସୁଖଦ ଅଭିଜ୍ଞତା ସାଉଁଟିଛନ୍ତି। ଅଚାନକ ପରିବାର ସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ କାରଖାନାରେ ପହଞ୍ଚି ଯାଇଥିଲେ। ସଚିନଙ୍କ ଭଳି ଜଣେ ମହାନ କ୍ରିକେଟର୍‌ଙ୍କୁ ପାଖରେ ପାଇ କାରଖାନାର ମାଲିକ ମହମ୍ମଦ ସାହିନ ପରିଙ୍କ ଖୁସି ସବୁ ସୀମା ଟପିଯାଇଥିଲା। ସଚିନ, ପତ୍ନୀ ଅଞ୍ଜଳି ଓ ଝିଅ ସାରା ଶ୍ରୀନଗର ରାଜପଥ କଡ଼ରେ ଥିବା ଏହି କାରଖାନାରେ ପହଞ୍ଚି ସେଠାରେ କାମ କରୁଥିବା ଶ୍ରମିକଙ୍କ ସହ କିଛି ସମୟ ଭାବ ଆଦାନ ପ୍ରଦାନ କରିଥିଲେ। ପ୍ରଶଂସକଙ୍କୁ ମଧ୍ୟ ଅଟୋଗ୍ରାଫ୍ ଦେଇଥିଲେ। ଏହାପରେ କିଛି ବ୍ୟାଟ୍ ପରଖି ସେଗୁଡ଼ିକୁ ବେଶ୍ ପସନ୍ଦ କରିଥିଲେ। ଏଥିନେଇ ନିଜ ଭାବନା ବ୍ୟକ୍ତ କରିବାକୁ ଯାଇ ସାହିନ କହିଥିଲେ ଯେ ଆମେ ବ୍ୟାଟ୍ ତିଆରିରେ ବ୍ୟସ୍ତ ଥିଲା ବେଳେ ଏକ କାର୍ ଆସି କାରଖାନା ସମ୍ମୁଖରେ ଅଟକି ଯାଇଥିଲା। ସେଥିରେ ଲିଟିଲ ମାଷ୍ଟର ଓ ତାଙ୍କ ପରିବାର ଥିଲେ। ତାଙ୍କୁ ଏତେ ପାଖରୁ ଦେଖି ଆମ ଜୀବନ ଯେମିତି ଧନ୍ୟ ହୋଇଗଲା। ସଚିନ ଏହି ଅବସରରେ କାଶ୍ମୀର ବ୍ୟାଟ୍ ନିର୍ମାତାଙ୍କୁ ସମର୍ଥନ ଓ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button