ଦେଶ

କୋଭିଡ-୧୯ ମାମଲା ବଢିବା ପରେ କେନ୍ଦ୍ର ଆଲର୍ଟ; ଜେଏନ୍‌.୧ ଭାରିଆଣ୍ଟକୁ ନେଇ ଜାରି ହେଲା ଆଡଭାଇଜରୀ – Ibnodisha

[ad_1]

ନୂଆଦିଲ୍ଲୀ : କୋଭିଡ-୧୯ ମାମଲା ବୃଦ୍ଧି ଏବଂ ଭାରତରେ ଜେଏନ୍‌.୧ ଭାରିଆଣ୍ଟର ପ୍ରଥମ ମାମଲାର ଚିହ୍ନଟକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଏକ ଆଡଭାଇଜରୀ ଜାରି କରାଯାଇଛି । କୋଭିଡ ପରିସ୍ଥିତିର ନିରନ୍ତର ନଜର ରଖିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ଅନୁରୋଧ କରିଛି । ରାଜ୍ୟଗୁଡିକ ନିୟମିତ ଭାବରେ ପ୍ରତି ଜିଲାରେ ଏସ୍‌ଏଆରଆଇ ଏବଂ ଆଇଏଲଆଉ ମାମଲା ରିପୋର୍ଟ ଏବଂ ତଦାରଖ କରିବାକୁ ପଡିବ । ବହୁ ସଂଖ୍ୟକ ଆରଟିପିସିଆର ପରୀକ୍ଷା ସହିତ ପର୍ଯ୍ୟାପ୍ତ ପରୀକ୍ଷଣ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହିତ ଜିନୋମ କ୍ରମ ପାଇଁ ପଜିଟିଭ୍ ନମୁନା ଲାବୋରେଟୋରୀକୁ ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ୨୬୦ ଟି ନୂଆ କରୋନା ମାମଲା ରେକର୍ଡ ହୋଇଛି । ଯାହା ଫଳରେ ସକ୍ରିୟ ମାମଲା ୧,୮୨୮କୁ ବୃଦ୍ଧି ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button