କ୍ୟାପିଟାଲ ହସ୍ପିଟାଲ୍ରେ ଜାରି ହେଲା ଏସ୍ଓପି – Ibnodisha

[ad_1]
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଲାଗି ଜାରି ହୋଇଛି ସ୍ୱତନ୍ତ୍ର ଏସ୍ଓପି । ଫଳରେ ଏଠାରେ ଏମ୍ଆର୍ଆଇ ଏବଂ ସିଟି ସ୍କାନ୍ ପାଇଁ ଲାଗୁ ହୋଇଛି ନୂଆ ନିୟମ । ଏମ୍ଆର୍ଆଇ ଏବଂ ସିଟି ସ୍କାନ୍ ପାଇଁ ଯାଞ୍ଚ ହେବ ରୋଗୀଙ୍କ ପ୍ରେସ୍କ୍ରିପସନ୍ । ବିନା ଅନୁସନ୍ଧାନରେ ଡାକ୍ତର ଏମ୍ଆର୍ଆଇ ଏବଂ ସିଟି ସ୍କାନ୍ ପାଇଁ ଲେଖିପାରିବେନି ବୋଲି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଘରୋଇ ସ୍ତରରେ ଏମ୍ଆର୍ଆଇ ଏବଂ ସିଟି ସ୍କାନ ବ୍ୟୟ ବହୁଳ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ ଏହାକୁ କରିବା ପାଇଁ ରୋଗୀମାନେ ନକଲି ପ୍ରେସକ୍ରିପସନ୍ ବ୍ୟବହାର କରୁଛନ୍ତି । ଏମିତିକି ଏହାକୁ ନେଇ ଦଲାଲଙ୍କ ସଂଖ୍ୟା ବଢ଼ିଚାଲିଛି । ତେଣୁ କେବଳ କ୍ୟାପିଟାଲ୍ ହସ୍ପିଟାଲର ସହକାରୀ ପ୍ରଫେସର କିମ୍ବା ପିଜିଆଇଏମ୍ଇଆର୍ର ଡାକ୍ତରମାନେ ଏମ୍ଆର୍ଆଇ ଏବଂ ସିଟି ସ୍କାନ୍ ପାଇଁ ପରାମର୍ଶ ଦେଇପାରିବେ । ଏମ୍ଆର୍ଆଇ ଏବଂ ସିଟି ସ୍କାନ୍ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସକ୍ରିପସନ ରେଫେରାଲର ଯାଞ୍ଚ କରାଯିବ ।
ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ । ଅନ୍ୟପଟେ ଡାକ୍ତରମାନେ ଉକ୍ତ ପରୀକ୍ଷା ପାଇଁ ନିଜ ବିଭାଗ ସହିତ ଜଡ଼ିତ ଏମ୍ଆର୍ଆଇ ଏବଂ ସିଟି ସ୍କାନ ପାଇଁ ପରାମର୍ଶ ଦେବେ । ସେହିପରି ଅନେକ ସମୟରେ ଦେଖାଯାଇଛି ଯେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଏମଆରଆଇ ଏବଂ ସିଟି ସ୍କାନ ରୁମ୍ରେ ପ୍ରବେଶ କରୁଛନ୍ତି । ନିଜ ଇଚ୍ଛା ଅନୁଯାୟୀ ଏମଆରଆଇ ଏବଂ ସିଟି ସ୍କାନ କରିବା ପାଇଁ ଟେକ୍ନିସିଆନଙ୍କ ଉପରେ ଚାପ ପକାଉଛନ୍ତି । ସେମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏମଆରଆଇ ଏବଂ ସିଟି ସ୍କାନ ପାଇଁ କୌଣସି ସନ୍ଦେହଜନକ ପରିସ୍ଥିତି ଦେଖାଦିଏ, ତେବେ ଉକ୍ତ ଡାକ୍ତର କିମ୍ବା କର୍ତ୍ତୃପକ୍ଷଙ୍କ ଯାଞ୍ଚ ପରେ ଏମ୍ଆର୍ଆଇ ଏବଂ ସିଟି ସ୍କାନ କରାଯିବ । ଯଦି କୌଣସି ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତର ବିଶୃଙ୍ଖଳା କରନ୍ତି, ତା’ହେଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
[ad_2]