ଡୋପ୍ ଟେଷ୍ଟ୍ ବିଫଳତା: ଶୀର୍ଷରେ ଭାରତ – Ibnodisha

[ad_1]
ନୂଆଦିଲ୍ଲୀ : କ୍ରୀଡ଼ା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତୀୟମାନେ ଡୋପ୍ ଟେଷ୍ଟ୍ରେ ଅଧିକ ବିଫଳ ବୋଲି ଜଣାପଡ଼ିଛି । ବିଶ୍ୱ ନିଶା ନିବାରଣ ଏଜେନ୍ସି (ୱାଡା) ପକ୍ଷରୁ ୨୦୨୨ରେ କରାଯାଇଥିବା ନମୁନା ପରୀକ୍ଷଣରୁ ଏହି ତଥ୍ୟ ମିଳିଛି । ପ୍ରାୟ ୨୦୦୦ ନମୁନା ପରୀକ୍ଷଣ କରାଇଥିବା ଦେଶଗୁଡ଼ିକ ମଧ୍ୟରେ ଭାରତର ପ୍ରତିଶତ ସର୍ବାଧିକ । ଏହି ସମୟ ମଧ୍ୟରେ ଭାରତ ମୋଟ ୩୮୬୫ ନମୁନା (ରକ୍ତ ଓ ମୂତ୍ର) ପରୀକ୍ଷା କରିଥିବା ବେଳେ ସର୍ବାଧିକ ୩.୨ ପ୍ରତିଶତ (୧୨୫) ବିଫଳ ରହିଛି । ସର୍ବାଧିକ ନମୁନା ପରୀକ୍ଷାରେ ଭାରତ ଏକାଦଶ ସ୍ଥାନରେ ରହିଥିବା ବେଳେ ବିଫଳତା ସଂଖ୍ୟାରେ ରୁଷ (୮୫), ଆମେରିକା (୮୪), ଇଟାଲୀ (୭୩) ଓ ଫ୍ରାନ୍ସ (୭୨) ତୁଳନାରେ ଉପରେ ରହିଛି । ନମୁନା ପରୀକ୍ଷା ବିଫଳତାରେ ସାଉଥ୍ ଆଫ୍ରିକା (୨.୯%) ଓ କଜାକ୍ସ୍ତାନ (୧.୯%) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ସର୍ବାଧିକ ନମୁନା ପରୀକ୍ଷାରେ ଚୀନ୍ (୧୯.୨୨୮) ସର୍ବାଗ୍ରେରେ ରହିଛି ଏବଂ ଏହାର ବିଫଳତା ପ୍ରତିଶତ ମାତ୍ର ୦.୨ । ଜର୍ମାନୀ ୧୩,୬୫୩ ନମୁନା ପରୀକ୍ଷା କରିଥିବା ବେଳେ ବିଫଳତା ମାତ୍ର ୦.୩ ପ୍ରତିଶତ ରହିଛି । ଏହି ପରିସଂଖ୍ୟା ଭାରତୀୟ କ୍ରୀଡ଼ା ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି ।
[ad_2]