ଦେଶ

‌ରୁପାକୁ ହାତ ନମାରି କୋଟିକୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ଚୋରି କରିନେଲେ ଲୁଟେରା – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ଜଙ୍ଗପୁରାରେ ଥିବା ଏକ ଅଳଙ୍କାର ଦୋକାନରୁ କୋଟିକୋଟି ମୂଲ୍ୟର ଅଳଙ୍କାର ଚୋରି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଚୋରି ହୋଇଥିବା ଗହଣା ମୂଲ୍ୟ ୨୦ରୁ ୨୫କୋଟି ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ଲୁଟେରା ରୁପାକୁ  ହାତ ମାରି ନଥିବା ବେଳେ ହୀରା ଓ ସୁନାର ବିଭିନ୍ନ ପ୍ରକାର ଅଳଙ୍କାର ଚୋରି କରି ନେଇଥିବା ସୋ’ରୁମ ମାଲିକ ଅଭିଯୋଗ କରି କହିଛନ୍ତି।

ଜଙ୍ଗପୁରାର ଯେଉଁ ସୋ’ରୁମରେ ଏହି ଚୋରି ହୋଇଛି ତାହାର ମାଲିକଙ୍କ ନାମ ଅମରାୱ ସିଂହ ଓ ମହାବୀର ପ୍ରସାଦ ଜୈନ ବୋଲି ଜଣାପଡ଼ିଛି। ସୋ’ ରୁମର ମାଲିକଙ୍କ କହିବାନୁସାରେ, ସୋ’ ରୁମରେ ସୁନା ଓ ହୀରାର ୨୦ରୁ ୨୫କୋଟି ଟଙ୍କାର ଅଳଙ୍କାର ରଖାଯାଇଥିଲା। ଜଙ୍ଗପୁରା ମାର୍କେଟ ସୋମବାର ବନ୍ଦ ରହିଥାଏ। ସୋମବାର ଛାଡ଼ି ମଙ୍ଗଳବାର ଯେତେବେଳେ ସୋ’ ରୁମ ଖୋଲିଥିଲୁ ଭିତରର ଦୃଶ୍ୟ ଦେଖି ପାଦତଳୁ ମାଟି ଖସି ଯାଇଥିଲା।

ସୋ’ ରୁମ ଭିତରେ ପ୍ଲାଷ୍ଟିକ ଡବା ଓ ରୁପା ଅଳଙ୍କାର ଛଡ଼ା ଆଉ କୌଣସି ବି ଅଳଙ୍କାର ନଥିଲା। ଛାତିଫାଟିଗଲା ଭଳି ଲାଗୁଥାଏ। ଏହାପରେ ଏହି ଚୋରି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥଲୁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। କିନ୍ତୁ ଏଯାବତ କୌଣସି ସିସିଟିଭି ଫୁଟେଜ ସାମ୍ନାକୁ ଆସିନାହିଁ। ତେଣୁ ଲୁଟେରାଙ୍କ କୌଣସି ପରିଚୟ ମିଳି ପାରିନାହିଁ।

‌ତେବେ ସୋ’ରୁମକୁ ଲାଗିକି ଥିବ‌ା ଶିଢ଼ି ଚଢ଼ି ଲୁଟେରା ପ୍ରଥମେ ଛାତକୁ ଯାଇଛନ୍ତି। ତା’ପରେ ଛାତର ଦ୍ବାର ଭାଙ୍ଗି ଷ୍ଟ୍ରଙ୍ଗରୁମରେ ପହଞ୍ଚି ସେଠାରେ ଥିବା ଆଉ ଏକ କାନ୍ଥକୁ ଭାଙ୍ଗି ସୋ’ରୁମ ଭିତରେ ପଶିଥିବା ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଅନୁମାନ କରାଯାଉଛି ବୋଲି ସ୍ଥାନୀୟଲୋକେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button