ଅନ୍ତଃସତ୍ତ୍ବା ସ୍ତ୍ରୀ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଲା ସ୍ବାମୀ – Ibnodisha
[ad_1]
ଚେନ୍ନାଇ: ଘରୋଇ କଳିରେ ଉତ୍କ୍ଷିପ୍ତ ହୋଇ ତାମିଲନାଡୁର କାଞ୍ଚିପୁରମ୍ ଅନ୍ତର୍ଗତ ମାରାଇମଲାଇ ନଗରୀରେ ଜଣେ ୩୬ ବର୍ଷିୟ ବ୍ୟକ୍ତି ତାଙ୍କ ୪ ମାସର ଅନ୍ତଃସତ୍ତ୍ବା ସ୍ତ୍ରୀଙ୍କୁ ପୋଡ଼ି ମାରି ପକାଇଥିବା କଥା ପୁଲିସ କହିଛି। ସୂଚନା ଅନୁସାରେ, ୭ ବର୍ଷ ପୂର୍ବେ ମନାଲିରେ ୩୬ ବର୍ଷିୟ ରାଜକୁମାର ଓ ୨୮ ବର୍ଷୀୟ ନନ୍ଦିନୀଙ୍କର ବିବାହ ହୋଇଥିଲା। ଦୁହିଁଙ୍କର ୬ ବର୍ଷର ପୁଅଟିଏ ଅଛି ଓ ଏବେ ନନ୍ଦିନୀ ୪ ମାସ ହେବ ଅନ୍ତଃସତ୍ତ୍ବା ହୋଇଥିଲେ। ରାଜକୁମାର ଜଣେ ବେକାର ଓ ମାରାଇମଲାଇ ନଗରୀ ନିକଟ ଗୋବିନ୍ଦପୁରମ୍ରେ ବାସ କରନ୍ତି। ରାଜକୁମାର ମଦ୍ୟପାନ କରୁଥିବା କଥାକୁ ନେଇ ବର୍ଷେ ହେବ ଉଭୟଙ୍କ ମଧ୍ୟରେ କଳିକଜିଆ ଲାଗି ଆସୁଥିଲା।
ସେମିତି ଝଗଡ଼ା କରି ଗୁରୁବାର ଦିନ ରାଜକୁମାର ନନ୍ଦିନୀଙ୍କ ପେଟରେ ଗୋଇଠା ମାରି ତାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେବା ପରେ ପୁଅକୁ ନେଇ ଘଟଣାସ୍ଥଳରୁ ଫେରାରା ହୋଇଯାଇଥିଲେ। ନନ୍ଦିନୀଙ୍କ ଆକୁଳ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କ ଘରକୁ ଧାଇଁ ଆସିଲେ। ତାଙ୍କୁ ଉଦ୍ଧାର କରି ସରକାରୀ କିଲ୍ପୌକ୍ ଡାକ୍ତରୀ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପଠାଇଲେ। କିନ୍ତୁ ଶରୀରର ୯୦% ପୋଡ଼ିଯାଇଥିବାରୁ ନନ୍ଦିନୀ ଆଉ ବଞ୍ଚିଲେ ନାହିଁ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଗୁରୁବାର ସକାଳେ ପୁଲିସ ରାଜକୁମାରଙ୍କୁ ଠାବ କରି ଗିରଫ କରିବା ପରେ ହାଜକୁ ନେଇଛି।
[ad_2]