ଦେଶ

କେଶ ପାଇଁ ଲାଭକାରୀ ମାୟୋନିଜ୍‌, ଜାଣନ୍ତୁ କେମିତି

କେଶକୁ ସୁନ୍ଦର ଏବଂ ମଜବୁତ କରିବା ପାଇଁ ଆମେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାଉ। ଆଉ ଏଥିପାଇଁ ଆମେ ବହୁତ ପଇସା ମଧ୍ୟ ଖର୍ଚ୍ଚ କରୁଛେ। ଆପଣ ସାଲାଡ, ସାଣ୍ଡଓ୍ଵିଚ, ଡିପ୍ସ, ହର୍ଟ ଡଗ୍ସ ସହିତ ମାୟୋନିଜ ନିଶ୍ଚିତ ଭାବେ ଖାଇତିବେ। କିନ୍ତୁ କେବେ କେଶରେ ମାୟୋନିଜକୁ ବ୍ୟବହାର କରିଛନ୍ତି କି ? କେଶକୁ ସୁସ୍ଥ ରଖିବା ପାଇଁ ମାୟୋନିଜ ବେଶ୍‌ ଉପକାରୀ ହୋଇଥାଏ। ମାୟୋନିଜ କେଶକୁ ସୁସ୍ଥ ରଖିବା ସହିତ ହେୟାକୁ ଡ୍ୟାମେଜ ହେବାରୁ ବଞ୍ଚାଇଥାଏ। ମାୟୋନିଜ ଅଣ୍ଡା, ସିରକା, ତେଲ ଇତ୍ୟାଦି ମସଲାର ମିଶ୍ରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କିପରି ଏହାକୁ କେଶ ପାଇଁ ବ୍ୟବହାର କରିବେ।

– ମାୟୋନିଜ କେଶ ପାଇଁ ବହୁତ ଭଲ କଣ୍ଡିସନର ଭାବେ କାମ କରିଥାଏ। ଏହା କେଶକୁ ଉଜ୍ୱଳ କରିବା ସହିତ ସିଲକି କରିଥାଏ।

– କେଶକୁ ପୋଷକ ତତ୍ତ୍ୱ  ଅଧିକ ଦେବା ସହ କେଶର ବିକାଶ କରିଥାଏ ମାୟୋନିଜ।

myoni

– ଦୋମୁହାଁ କେଶ ସମସ୍ୟାରୁ ମୁକ୍ତି ଦେଇଥାଏ ମାୟୋନିଜ।

– ମାୟୋନିଜରେ ଥିବା ଅଣ୍ଡା ଏବଂ ତେଲ ରୁକ୍ଷ କେଶକୁ ସତେଜତା ଦେଇଥାଏ। ଏଥିରେ ଥିବା ପ୍ରୋଟିନ କେଶ ଝଡିବାକୁ ରୋକିଥାଏ।

– ମାୟୋନିଜ ରିବଡିଂ ଟ୍ରିଟମେଣ୍ଟ ଭଳି କୁଞ୍ଚ କେଶକୁ ସିଧା କରିବାରେ ସହାୟକ ହୋଇଥାଏ। ଏହାର ନିୟମିତ ବ୍ୟବହାର କେଶକୁ ମୁଲାୟମ କରିଥାଏ।

– ରୂପି ସମସ୍ୟା ନେଇ ଚିନ୍ତିତ ଅଛନ୍ତି କି। ଏହାର ଉପଚାର ପାଇଁ ମାୟୋନିଜକୁ ବ୍ୟବହାର କରିପାରିବେ। ଏଥିରେ ଥିବା ସିରକା ରୂପି ସମସ୍ୟା ହଟାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button