ମନୋରଞ୍ଜନ

ଘରେ ଏହି ସୁନ୍ଦର ଉପାୟରେ ବନାନ୍ତୁ ଆଳୁ ଚପ୍‌, ପାଟିରୁ ଛାଡିବନି ସ୍ୱାଦ

ବର୍ଷା ଦିନରେ ଗରମା ଗରମ ଚା ସହିତ କିଛି ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତେବେ ଏବେର କରୋନା ସମୟରେ ବଜାରର ଛଣାଛଣି ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଏମିତିରେ ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ଆଳୁ ଚପ୍‌। ଯାହାକୁ ଆପଣ ମାତ୍ର କେଇ ମିନିଟରେ ବନାଇ ଏହାର ସ୍ୱାଦ ଚାଖିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆଳୁ ଚପ୍‌ ପାଇଁ ସାମଗ୍ରୀ

୬ଟି ସିଝା ଆଳୁ (ଚକଟା ହୋଇଥିବା), ୧ କପ୍‌ ଚାଉଳ ଗୁଣ୍ଡ, ୩ ମିଡିୟମ ଲାଲ ଲଙ୍କା ପାଉଡର, ୧୧/୨ କପ୍‌ ରିଫାଇନ୍‌ ତେଲ, ୨ କପ୍‌ ବେସନ, ୨ ଛୋଟ ଚାମଚ କଟା ଅଦା, ଦୁଇ କପ୍‌ କଟା ପିଆଜ, ୧ ବଡ ଚାମଚ ଲେମ୍ବ ରସ, ୨ ଛୋଟ ଚାମଚ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ସିଝା ଆଳୁକୁ ଚକଟି ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ପ୍ୟାନରେ ପିଆଜ, ଅଦା, କଞ୍ଚା ଲଙ୍କାକୁ ହାଲକା ଭାଜି ଦିଅନ୍ତୁ। ଏହାପରେ ସେଥିରେ ଲାଲ ଲଙ୍କା ଏବଂ ଲୁଣ ପକାଇ ଦିଅନ୍ତୁ। ଏହାପରେ ଆଳୁ ପକାଇ ମିଶାଇ ଦିଅନ୍ତୁ ଏବଂ ସେଥିରେ ଲେମ୍ବୁ ରସ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଆଞ୍ଚକୁ ହଟାଇ ଅଲଗା ରଖି ଦିଅନ୍ତୁ। ଏବେ ଏକ ପାତ୍ରରେ ଚାଉଳ ଗୁଣ୍ଡ ପକାଇ ଭଲଭାବେ ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। ଏହାପରେ ଗାଢ଼ ଘୋଳରେ ଆଳୁକୁ ବୁଡାଇ ଗରମ ତେଲ ପକାଇ ଛାଣି ଦିଅନ୍ତୁ। ଏବେ ଏହାକୁ ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଛାଣି ଦିଅନ୍ତୁ ଏବଂ ତାହାକୁ ପ୍ଲେଟକୁ ବାହାର କରି ପରଷନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button