ରାଜ୍ୟ

ସ୍କୁଟିକୁ ପିଟିଲା ଟ୍ରକ୍: ନାବାଳିକା ଝିଅର ଚାଲିଗଲା ଜୀବନ – Ibnodisha

[ad_1]

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇଥିଲା ଏହାଫଳରେ ଘଟଣାସ୍ଥଳରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତିl । ମୃତକ ହେଉଛନ୍ତି ଜୟପାଟଣା ଥାନା ଟେମରା ଗାଁର ମିନାକ୍ଷୀ ନାଏକ(୧୭)। ଏଣେ ଗୁରୁତର ହୋଇଥିବା ହେମରାଜ ନାଏକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହେମରାଜ ଓ ମିନାକ୍ଷୀ ବାପା-ଝିଅ ବୋଲି ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୋଲାମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button