ଅପରାଧ

ଦାଦାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ପୁତୁରା – Ibnodisha

[ad_1]

କୋରାପୁଟ : ମାତ୍ର ୧୦୦ ଟଙ୍କା ଦେଲେ ନାହିଁ ବୋଲି ପୁତୁରା ହାତରେ ଦାଦାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଧୀନ ଡୁମୁରିଗୁଡ଼ାରେ ଗତ ୧୧ ତାରିଖ ଦିନ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ମଧୁ ନାୟକ (୨୫)କୁ ଗିରଫ କରିଛି। ଜୟପୁର ପୁଲିସ କହିଛି ଯେ, ଜୟପୁର ଥାନା ଅଧୀନ ଡୁମୁରିଗୁଡ଼ା ଗାଁର ଚୌତନ୍ୟ ନାୟକଙ୍କ ପୁଅ ରାମଚନ୍ଦ୍ର ନାୟକ ମିସ୍ତ୍ରୀ କାମ କରନ୍ତି। ସନା ନାୟକଙ୍କ ପୁଅ ମଧୁ ନାୟକ କୌଣସି କାମଧନ୍ଦା କରେ ନାହିଁ।

ଲୋକଙ୍କ ଠାରୁ ମାଗିମାଗି ଚଳିବା ସହିତ ମଦ୍ୟପାନ କରିଥାଏ। ଗତ ୧୧ ତାରିଖ ଦିନ ଦାଦା ରାମଚନ୍ଦ୍ରଙ୍କୁ ମଧୁ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିଥିଲା। କିନ୍ତୁ ରାମଚନ୍ଦ୍ର ଟଙ୍କା ଦେବେ ନାହିଁ କହିବାରୁ ଏଥିରେ ମଧୁ ଉତ୍‌କ୍ଷୀପ୍ତ ହୋଇଯାଇଥିଲା। ସେ ଘଟଣାସ୍ଥଳରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗାରେ ପିଟିପିଟି ରାମଚନ୍ଦ୍ରଙ୍କୁ ଗୁରୁତର କରିଦେଇଥିଲା।

ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁରସ୍ଥିତ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ରାମଚନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦହେ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

The post ଦାଦାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ପୁତୁରା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button