ଦୁର୍ଘଟଣା

ଅଜଣା ଟ୍ରକ ଧକ୍କାରେ ମହିଳା ଶ୍ରମିକଙ୍କ ମୃତ୍ୟୁ

ରୁଗୁଡ଼ି ଥାନା ଏନ ଏଚ ୫୨୦ କେନ୍ଦୁଡିହି ଛକ ନିକଟରେ ଅଜଣା ଟ୍ରକ ଧକ୍କାରେ ମହିଳା ଶ୍ରମିକଙ୍କ ମୃତ୍ୟୁ । ମୃତକ ଗୁଆଲି ଗୁଡ଼ା ସାହିର ଫୁଲବତୀ ରଣା ବେଲି ଜଣାପଡିଛି। ସେ ଫୁଲବତୀ JSW ଖଣିର ଓପରେଟର କଲୋନୀ କ୍ୟାଣ୍ଟିନରେ ପାଚିକା ଭାବରେ କାମ କରୁଥିଲେ । ଗତ କାଲି ରାତି ପ୍ରାୟ ୧୦ ଟାରେ କାମ ସାରିବା ପରେ ଅନ୍ୟ ଜଣେ ଶ୍ରମିକ ଏକାଦଶିଆ ଭେଶାଁ ଙ୍କ ସହିତ ସେ ଘରକୁ ଫେରୁଥିଲେ । ତେବେ ରାସ୍ତା ପାରି ହେବା ସମୟରେ ପ୍ରଥମେ ଏକ ଟ୍ରକ ଫୁଲବତୀଙ୍କୁ ଧକ୍କା ଦେଇଥିଲା ଏବଂ ସେ ରାସ୍ତା ଉପରେ ପଡ଼ିଯିବା ପରେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ବେଆଇନ ପାର୍କିଂ ଉପରେ ଅଙ୍କୁଶ ଲଗାଇବାକୁ ଲୋକେ ଦାବି କରିଛନ୍ତି । ସେହିପରି ମୃତକଙ୍କ ପରିବାରକୁ ଆର୍ଥିକ ସହୟତା ଏବଂ ଜଣକୁ ଚାକିରି ଦେବାକୁ ଦାବି କରାଯାଇଛି । ରୁଗୁଡ଼ି ପୋଲିସ,ବଡବିଲ ପୋଲିସ ଓ ବଡବିଲ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ବି ସମାଧାନର ବାଟ ବାହାରିପାରିନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button