ଦୁର୍ଘଟଣା

ବିଦ୍ୟୁତ ତାର ଲାଗି ୬ କାଉଡ଼ିଆଙ୍କ ମୃତ୍ୟୁ

ମେରଠ: ଭଗବାନ ଶିବଙ୍କୁ ଜଳଲାଗି କରିବାକୁ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ମେରଠରେ ଶନିବାର ରାତିରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏକ ବୋଲବମ୍ ଦଳ ଡିଜେ ବଜାଇ ନାଚଗୀତ ସହ ଯାଉଥିଲେ । ଏହି ସମୟରେ ଡିଜେ ଗାଡି ଏକ ୧୧ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା | ଘଟଣାସ୍ଥଳରେ ପାଞ୍ଚ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ମେରଠର ଭାବନପୁର ଅଞ୍ଚଳରେ ଘଟିଥିଲା ।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ କାଉଡ଼ିଆମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ବହୁ ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button