ଦୁର୍ଘଟଣା
ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା : ୧୪ ଯାତ୍ରୀ ମୃତ

ନେପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ନଦୀକୁ ଖସିଲା ଯାତ୍ରୀ ନେଇ ଯାଉଥିବା ଭାରତୀୟ ବସ୍। ଫଳରେ ବସରେ ଥିବା ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଗୁରୁତର ହୋଇଛନ୍ତି। ନେପାଳ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଉତ୍ତରପ୍ରଦେଶରୁ ଏକ ଯାତ୍ରୀବାହୀ ବସ ନେପାଳ ଯାଇଥିଲା । ପୋଖରାରୁ ବସଟି କାଠମାଣ୍ଡୁ ଅଭିମୁଖେ ଯାଉଥିବାବେଳେ ତାନାହୁନ୍ ଜିଲ୍ଲାର ମାର୍ସାୟାଙ୍ଗଡି ନଦୀରେ ଭାରସାମ୍ୟ ହରାଇ ଖସି ପଡ଼ିଥିଲା। ବସରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବସ୍ଟି ନଦୀରେ ଖସିପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଗୁରୁତର ଅଛନ୍ତି । ଏବେବି କିଛି ଲୋକ ନିଖୋଜ ଥିବା ଜଣାପଡ଼ିଛି ।