ଦେଶ

୪ ଓଡ଼ିଆ କଳାକାର ପାଇବେ ‘ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର’ – Ibnodisha

[ad_1]

ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ‘ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର’ ପାଇଁ ଦେଶର ମୋଟ୍‌ ୮୪ ଜଣ ବର୍ଷୀୟାନ କଳାକାରଙ୍କୁ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାର ୪ ଜଣ କଳାକାର ସାମିଲ ଅଛନ୍ତି। ସେମାନେ ହେଲେ ୯୪ ବର୍ଷୀୟ ସିଦ୍ଧେଶ୍ବର ଦାଶ (ଛଉ ନୃତ୍ୟ), ୮୬ ବର୍ଷୀୟ ଅନନ୍ତ ମହାପାତ୍ର (ଥିଏଟର-ସାମଗ୍ରିକ ଅବଦାନ), ୮୨ ବର୍ଷୀୟ ଆନନ୍ଦ ବାଗ (ଲୋକସଙ୍ଗୀତ -ବ୍ରହ୍ମା ବୀଣା) ଓ ୭୬ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପାଲ (ଗୋଟିପୁଅ)। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ଆଜି ଏକାଡେମି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର’ ଘୋଷଣା କରାଯାଇଥିଲା। ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଳାକାରମାନଙ୍କୁ ଉପରାଷ୍ଟ୍ରପତି ଜଗଦୀଶ ଧନଖଡ଼୍‌ ପୁରସ୍କାର ପ୍ରଦାନ କରିବେ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ୭ ମାସ ତଳୁ ଅମୃତ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୀବନବ୍ୟାପୀ ପ୍ରଦର୍ଶନ କଳା (ପର୍‌ଫର୍ମିଙ୍ଗ୍‌ ଆର୍ଟ)ରେ ଏଯାବତ କୌଣସି ଜାତୀୟ ପୁରସ୍କାର/ସ୍ବୀକୃତି ପାଇ ନଥିବା ତଥା ୭୫ ବର୍ଷରୁ ଊର୍ଧ୍ବ ବର୍ଷୀୟାନ କଳାକାରମାନଙ୍କଠାରୁ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ସମୁଦାୟ ୫୦୦ ଆବେଦନରୁ ୮୪ ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପୁରସ୍କାର ପାଇଁ ଚୟନ କରାଯାଇଥିବା ୮୪ ଜଣ ବର୍ଷୀୟାନ କଳାକାରଙ୍କ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯିବ ବୋଲି ଏକାଡେମି ପକ୍ଷରୁ ଘୋଷଣା କରାଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button