ଦେଶ

ଦିଲ୍ଲୀ କୋଚିଂ ସେଣ୍ଟର ଘଟଣା : ତଦନ୍ତ କରିବ ସିବିଆଇ

ଦିଲ୍ଲୀ କୋଚିଂ ସେଣ୍ଟରରେ ପାଣି ପଶି ୩ଜଣଙ୍କ ମତ୍ୟୁ ଘଟଣା। ତଦନ୍ତ କରିବ ସିବିଆଇ । ଏନେଇ ସିବିଆଇକୁ ତଦନ୍ତ ଭାର ଦେଲେ ଦିଲ୍ଲୀ ହାଇକୋର୍ଟ । ଗତ କିଛି ଦିନ ହେବ ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କ ବିରୋଧରେ ନାରାବାଜୀ ଓ ଆନ୍ଦୋଳନ ଜାରି ରହିଥିଲା । ପୂର୍ବରୁ ମୃତ ଛାତ୍ରଛାତ୍ରୀଙ୍କ ପରିବାକୁ ୧କୋଟି ଟଙ୍କା ସହାୟତା ଦେବା ପାଇଁ ମଧ୍ୟ ଦାବି ଉଠାଇଥିଲେ । ତେବେ ଗତକାଲି ଦିଲ୍ଲୀ ରାଓ କୋଚିଂ ସେଣ୍ଟର ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି। ଏଥିପାଇଁ ରାଓ ଆଇଏଏସ କୋଚିଂ ସେଣ୍ଟରର ଓକିଲ ସର୍ତ୍ତ ମଧ୍ୟ ରଖିଛନ୍ତି। ସର୍ତ୍ତ ଅନୁସାରେ, ତିନି ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ବର୍ତ୍ତମାନ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତେବେ ବାକି ୨୫ ଲକ୍ଷ ଟଙ୍କା କୋଚିଂ ସେଣ୍ଟରର ସିଇଓ ମୁକୁଳିବା ପରେ ଦିଆଯିବ। କୋଚିଂ ସେଣ୍ଟର ତରଫରୁ ଓକିଲ ମୋହିତ ସରାଫ କହିଛନ୍ତି ଯେ ବାକି ଅନୁକମ୍ପାମୂଳକ ସହାୟତା ୬ମାସ ଭିତରେ ପ୍ରଦାନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button