ମହିଳାଙ୍କୁ ଚାକିରି ଆଶା ଦେଖାଇ ତାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ – Ibnodisha

[ad_1]
ଗୁରୁଗ୍ରାମ: ମହିଳା ଜଣଙ୍କ ଉତ୍ତର ବେଙ୍ଗାଲୁରର ଦାର୍ଜିଲିଙ୍ଗର ମୂଳ ବାସିନ୍ଦା । ସେ ଜଣେ ବିବାହିତା ମହିଳା । ସେ ତିନିମାସ ପୂର୍ବେ ଗୁରୁଗ୍ରାମକୁ ଆସିଥିଲେ । ସେଠାରେ ଅରୁଣ ନାମକ ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା । ପରମର୍ତ୍ତୀ ସମୟରେ ମହିଳା ଜଣଙ୍କୁ ଯୁବକ କହିଥିଲେ ସେ ପ୍ଲେସମେଣ୍ଟ କାମ କରନ୍ତି । ତାଙ୍କୁ ମଧ୍ୟ ସେ ଏକ ଚାକିରି ଦେବା ପାଇଁ କହିଥିଲେ । ଏହା ପରେ ଉଭୟ ଦୀର୍ଘ ଦିନ ଧରି ଯୋଗାଯୋଗରେ ରହିଥିଲେ । ପରେ ସେହି ଯୁବକ ଜଣକ ମହିଳାଙ୍କୁ ଗତବର୍ଷ ନଭେମ୍ବର ୧୦ ରେ ଚକ୍ରପୁର ଗ୍ରାମରେ ଥିବା ତାଙ୍କ ଭଡା ଘରକୁ ଭେଟିବା ପାଇଁ ଡାକିଥିଲେ । ମହିଳା ଜଣକ ତାଙ୍କୁ ଭେଟିବାକୁ ଭଡା ଘରକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ଯୁବକ ଓ ତାର କିଛି ସାଥି ମହିଳା ଜଣଙ୍କୁ କୋଠରୀରେ ଅଟକ ରଖି ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ତାଙ୍କୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଜୀବନରୁ ମାରି ଦେବାକୁ ହତ୍ୟା ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ମହିଳା ଜଣକ କୈଣସି ପ୍ରକାରେ ସେଠାରୁ ଖସି ପଳାଇ ଆସିଥିଲେ । ଏହାପରେ ସେ ଆହୁରୀ ମଧ୍ୟ କହିଛନ୍ତି ସେ ଘଟଣାର ୧୫ ଦିନପରେ ଅନ୍ୟ ଏକ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଯୁବ ଜଣକ ତାଙ୍କୁ ଚାକିରି ଦେଇଥିଲେ । ଏହାପରେ ସେ ଯୁବକଙ୍କୁ ନିଜ ସହ ଘଟିଥିବା ସମସ୍ତ ବିଷୟ କହିଥିଲେ । ପରେ ଯୁବକ ଜଣଙ୍କ ମହିଳାଙ୍କୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୋଲିସ ମହିଳାଙ୍କଠୁ ସମସ୍ତ ତଥ୍ୟ ଜାଣି ଖୋଳତାଡ କରିବା ପରେ ଏଥିରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା
[ad_2]