ଦେଶ

ଗାଜାରେ ନରସଂହାର; ଆଖିବୁଜିଲେ ଗୋଟିଏ ପରିବାରର ୧୪ ସଦସ୍ୟ – Ibnodisha

[ad_1]

ଗାଜା: ଗାଜାରେ ଥମୁନି ନରସଂହାର । ଇସ୍ରାଏଲର ଆକ୍ରମଣରେ ଯାଉଛି ନୀରିହ ଜୀବନ । ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ଗାଜାର ରାଫା ସହରରେ ଇସ୍ରାଏଲ ସେନା ରାତାରାତି ଏୟାରଷ୍ଟ୍ରାଇକ୍ ଏବଂ ବୋମା ବିସ୍ଫୋରଣ କରିଛି । ଯେଉଁଥିରେ ଗୋଟିଏ ପରିବାରର ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରେ ଅଛନ୍ତି ଦୁଇ ନବଜାତ ନୀରିହ ଯାଆଁଳା ଶିଶୁ । ଅକ୍ଟୋବର ୭ରେ ହାମାସ-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ରାଫାର ରାନିଆ ଆବୁ ଅଞ୍ଜା ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ପୁଅ ଓ ଝିଅ ଥିଲେ । ସେ ସେମାନଙ୍କର ନାଁ ଦେଇଥିଲେ ୱାସିମ ଓ ନାଏମ ଅବୁ ଅଞ୍ଜା । ଗତକାଲି ଇସ୍ରାଏଲ୍ ସୈନ୍ୟବାହିନୀ ତାଙ୍କ ଘରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ରାନିଆଙ୍କ ପରିବାରର ୧୪ଜଣଙ୍କର ମୃତ୍ୟୁ ଘଟିଛି ।

ନିହତ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୫ଜଣ ଶିଶୁ ଅଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୨ଯାଆଁଳା ଶିଶୁ ୱାସିମ ଓ ନାଏମ ଅବୁ ଅଞ୍ଜା । ଏହି ଆକ୍ରମଣରେ ରାନିଆଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଗତକାଲି ତାଙ୍କ ପରିବାରର ୧୪ଜଣ ସଦସ୍ୟଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହି ସମୟରେ, ରାନିଆ ତାଙ୍କର ଦୁଇ ପିଲାଙ୍କ ମଧ୍ୟରୁ ଜଣକୁ ଧରି ଭୋ ଭୋ ହୋଇ କାନ୍ଦୁଥିଲେ । ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ସାନ୍ତ୍ୱନା ଦେଉଥିଲେ । ପରିବାରର ସମସ୍ତ ବ୍ୟକ୍ତିଙ୍କ ମୃତଦେହ କଳାବ୍ୟାଗରେ ଲମ୍ୱା ଲାଇନ କରି ରଖିଯାଇଥିଲା ।

ସମସ୍ତଙ୍କୁ ହରାଇ ଏକା ହୋଇଯାଇଛନ୍ତି ରାନିଆ । ବିବାହର ୧୧ବର୍ଷ ପରେ ଯାଆଁଳା ଶିଶୁ ଦ୍ୱୟ ଜନ୍ମ ହୋଇଥିଲେ । ପିଲାମାନଙ୍କୁ କବର ଦିଆଯିବା ବେଳେ ସେ ଅଧର୍ଯ୍ୟ ହୋଇପଡିଲେ । ସେ କିପରି ବଞ୍ଚିବେ ବୋଲି କହି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ଆମେ ଶୋଇଥିଲୁ । ଆମେ ଯୁଦ୍ଧରେ ସାମିଲ ନଥିଲୁ । ମାତ୍ର ସେମାନଙ୍କର ଦୋଷ କଣ ବୋଲି କହି ରାନିଆ କାନ୍ଦିବାକୁ ଲାଗିଲେ । ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଇସ୍ରାଏଲର ସାମରିକ ଆକ୍ରମଣରେ ଗାଜାରେ ୩୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବିଭିନ୍ନ ଅଂଚଳ ଧ୍ୱଂସ ପାଇବା ସହ ଅଧିକାଂଶ ଲୋକ ବିତାଡିତ ହୋଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button