ଭାଉଜ ପ୍ରେମରେ ଅନ୍ଧ ହୋଇ ଭାଇକୁ ମାରିଦେଲା ଭାଇ – Ibnodisha

[ad_1]
ଭୁବନେଶ୍ୱର: ଭାଉଜକୁ ଏକ ତରଫା ପ୍ରେମ । ବିରୋଧ କରିବାରୁ ଭାଇକୁ ନିର୍ମମ ହତ୍ୟା । ରାଜଧାନୀ ଉପକଣ୍ଠରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ପିଟିପିଟି ହତ୍ୟାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାଲିପାଟଣା ଥାନା ମଝିହରା ମହଲା ସାହି ଗ୍ରାମର ଅକ୍ଷୟ ମାଝିକୁ ହତ୍ୟା କରିଛନ୍ତି କିଛି ଦୁବୃର୍ତ୍ତ । ଦୁବୃର୍ତ୍ତ ମାନେ ଅକ୍ଷୟଙ୍କୁ ମାଡ ମାରି ନୂଆ ସାହି ବଜାର ନିକଟରେ ଫିଙ୍ଗି ଦେଇଥିଲେ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଏକ ଛୁରୀ ଜବତ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଛି ।
ଅକ୍ଷୟଙ୍କ ସ୍ତ୍ରୀଙ୍କୁ ସେହି ଗାଁର ସମ୍ପର୍କୀୟ ଭାଇ ଦିଲୁ ଏକ ତରଫା ପ୍ରେମ କରିବା ସହ ଏକ ଅଶ୍ଳୀଳ ମେସେଜ୍ ପଠାଇଥିଲା । ଏହାକୁ ନେଇ ଅକ୍ଷୟଙ୍କ ସ୍ତ୍ରୀ ପରିବାରରେ ଜଣାଇବା ପରେ ଦିଲୁକୁ ପଚାରିଥିଲେ ଅଷୟ । ଏହାକୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ୧୦ ଦିନ ପୂର୍ବେ ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା । ପରେ ଘଟଣାର ସମାଧାନ ହୋଇଥିଲା । ମାତ୍ର ଗତ କାଲି ରାତିରେ ଅଷୟଙ୍କ ରକ୍ତ ଜୁଡୁ ବୁଡୁ ଶରୀର ନୂଆ ସାହି ଗ୍ରାମରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ଭୋରରୁ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏନେଇ ବାଲିପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି ।
[ad_2]