ଦେଶ

ମହାଦେବ ଅନଲାଇନ୍ ବେଟିଂ ମାମଲା; ଇଡି ଚାର୍ଜସିଟ୍‌ରେ ବାଘେଲ୍‌ଙ୍କ ନାମ – Ibnodisha

[ad_1]

ରାୟପୁର:  ବହୁ ଚର୍ଚ୍ଚିତ ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ଙ୍କ ନାମ ସାମ୍ନାକୁ ଆସିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପ୍ରସ୍ତୁତ ଚାର୍ଜସିଟ୍‌ରେ ତାଙ୍କ ନାମ ସାମିଲ ହୋଇଥିବା ଜଣାପଡିବା ପରେ ଆଗାମୀ ଦିନରେ ତାଙ୍କ ପାଇଁ ସମସ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ତେବେ ଇଡି ଚାର୍ଜସିଟ୍‌ରେ ତାଙ୍କ ନାମ ରହିଥିବାରୁ ଇଡି ଏବେ ତାଙ୍କୁ ଜେରା ପାଇଁ ସମନ୍ କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ପ୍ରକାଶଯୋଗ୍ୟ, ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅସୀମ ଦାସ ଜେରା ସମୟରେ ଦାବି କରି କହିଛି ଯେ, ମହାଦେବ ଅନଲାଇନ୍ ବେଟିଂ ଆପ୍ ଦ୍ୱାରା ଆସୁଥିବା ଟଙ୍କା ନିର୍ବାଚନ ସମୟରେ ଭୂପେଶ ବାଘେଲ୍‌ଙ୍କ ପାଖକୁ ଯାଉଥିଲା । ଠକେଇ ହୋଇ ଆସିଥିବା ଟଙ୍କା ମଧ୍ୟରୁ ପ୍ରାୟ ୫୦୮ କୋଟି ଟଙ୍କାକୁ ଭୂପେଶ ନିର୍ବାଚନରେ ବ୍ୟବହାର କରିଥିବା ଅସୀମ ଦାସ ବୟାନ୍ ଦେଇଛି । ତେବେ ଅସୀମ ଦାସର ଏପ୍ରକାର ବୟାନ୍‌କୁ ଦୃଷ୍ଟିରେ ରଖି ଏହି ମାମଲାରେ ପ୍ରସ୍ତୁତ ଚାର୍ଜସିଟ୍‌ରେ ବାଘେଲ୍‌ଙ୍କ ନାମ ରଖାଯାଇଥିବା କୁହାଯାଉଛି ।

ଅନ୍ୟପକ୍ଷେ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ବାଘେଲ କହିଛନ୍ତି । ପ୍ରକାଶ, ଏହି ମାମଲାରେ ଅସୀମ ଦାସ ବ୍ୟତୀତ ଶୁଭମ ସୋନି, ଅମିତ୍ ଅଗ୍ରୱାଲ, ରୋହିତ ଗୁଲାଟି, ଭୀମ ସିଂହ ପ୍ରମୁଖଙ୍କୁ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button