ରାଜ୍ୟ

ଲକ୍ଷ୍ୟସ୍ଥଳରେ ପହଁଚିଲା ଆଦିତ୍ୟ ଏଲ୍‌-୧ – Ibnodisha

[ad_1]

ବେଙ୍ଗାଲୁର: ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ, ନିଜ ଜୟଯାତ୍ରାରେ ଆଉ ଏକ କୀର୍ତ୍ତିମାନକୁ ସାମିଲ୍ କରିଛି । ଇସ୍ରୋ ପକ୍ଷରୁ ସେପ୍ଟେମ୍ବର ୨, ୨ଠ୨୩ରେ ଉତ୍‌କ୍ଷେପଣ କରାଯାଇଥିବା ସୌରଯାନ ଆଦିତ୍ୟ ଏଲ-୧ ୧୫ଲକ୍ଷ କିମି ଦୂର ଅତିକ୍ରମ କରିବା ସହ ଜାନୁଆରୀ ୬, ୨୦୨୪ ଅପରାହ୍ନ ୪ଟା ନିଜର ଅନ୍ତିମ ଲକ୍ଷ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ-୧ (ଏଲ୍‌-୧)ରେ ପହଞ୍ôଚଛି । ୪୦୦ କୋଟି ଟଙ୍କା ବ୍ୟୟବରାଦିତ ଏହି ମହାକାଶ ଯାନ ପୃଥିବୀ ଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରାଞ୍ଜ ପଏଣ୍ଟ-୧ (ଏଲ୍‌-୧) ନିକଟରେ ଥିବା ହାଲୋ ଅର୍ବିଟ୍ ବା ହାଲୋ କକ୍ଷପଥରେ ସଫଳତାର ସହ ସ୍ଥାନିତ ହୋଇଛି । ଏହି ମିଶନ ମହାକାଶରେ ସ୍ଥାନିତ ସମସ୍ତ ସାଟେଲାଇଟ୍ସ ବା ଉପଗ୍ରହଗୁଡ଼ିକୁ ସୌରଝଡ ଠାରୁ ସୁରକ୍ଷିତ କରିପାରିବ ।

ପ୍ରକାଶ, ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଥିବା ସମୁଦାୟ ଦୂରତା (୧୪.୯୬ କୋଟି କିମି)ର ପ୍ରାୟ ୧%କୁ ଏଲ-୧ ବିନ୍ଦୁ ଭାବେ ଅଭିହିତ କରାଯାଇଥାଏ । ସେହିପରି ଲାଗ୍ରାଞ୍ଜ ବିନ୍ଦୁ ହେଉଛି ସେହି ଅଞ୍ଚଳ ଯେଉଁଠାରେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ମାଧ୍ୟାକର୍ଷଣ ନିଷ୍କ୍ରିୟ ହୋଇଯାଏ ।  ହାଲୋ କକ୍ଷପଥ ଏଲ-୧ ଏଲ-୨ ଏବଂ ଏଲ୍‌-୩ ଆଦି ହେଉଛନ୍ତି ଲାଗ୍ରାଞ୍ଜ ପଏଣ୍ଟର ନିକଟରେ ଥିବା ଏକ ପରବର୍ତ୍ତୀ, ତ୍ରି-ଆୟାମି କକ୍ଷପଥ ।

ଏସମ୍ପର୍କରେ ଇସ୍ରୋ ବୈଜ୍ଞାନିକଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ଆଦିତ୍ୟ ଏଲ୍‌-୧କୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା କକ୍ଷପଥରେ ଅବସ୍ଥାପିତ କରାଯିବା ବେଶ୍ ଚ୍ୟାଲେଞ୍ଜିଂ ଥିଲା । କିନ୍ତୁ ଏହା ସଫଳ ହେବା ପରେ ବେଶ୍ କିଛି ସମୟ ଧରି ଏହାକୁ ଅନୁଧ୍ୟାନ କରାଯାଇଥିଲା । ସୌାଭାଗ୍ୟର ବିଷୟ ଆଦିତ୍ୟ ଏଲ-୧ କ୍ରମାଗତ ଭାବେ ଏଲ୍‌-୧ ପଏଣ୍ଟ ଚାରିପଟେ ହାଲୋ କକ୍ଷପଥରେ ନିଜ ସ୍ଥିତିକୁ ଦର୍ଶାଇପାରିଛି । ଏହାଦ୍ୱାରା ସୌର ଗତିବିଧି ଏବଂ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବକୁ ରିୟଲ ଟାଇମ୍‌ରେ ଅନୁଧ୍ୟାନ କରିବାରେ ସହାୟତା ମିଳିପାରିବ । ସୂଚନାଯୋଗ୍ୟ, ଆଦିତ୍ୟ ଏଲ-୧ ଆଗାମୀ ୨ ବର୍ଷ ଯାଏ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବ ଏବଂ ସୂର୍ଯ୍ୟ ତଥା ସୌରମଣ୍ଡଳରେ ଘଟୁଥିବା ସମସ୍ତ ଜାଗତିକ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ପ୍ରଶଂସା ଆଦିତ୍ୟ ଏଲ-୧ର ସଫଳତାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ’ର ପ୍ରତ୍ୟେକ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ନେତା କହିଛନ୍ତି ଯେ, ଭାରତ ଏବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଭାରତର ପ୍ରଥମ ସୌର ପର୍ଯ୍ୟବେକ୍ଷକ ଆଦିତ୍ୟ ଏଲ-୧ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ôଚଛି ।

ମୋଦୀ ଏକ୍ସ’ କରି ଲେଖିଛନ୍ତି ଯେ, ସବୁଠାରୁ ଜଟିଳ ମହାକାଶ ଅଭିଯାନକୁ ସାକାର କରିବାରେ ଭାରତୀୟ ବୈଜ୍ଞାନିକମାନଙ୍କ ଅକ୍ଳାନ୍ତ ସମର୍ପଣର ଏହା ପ୍ରମାଣ । ସେ  ଦେଶବାସୀଙ୍କ ସହ ମିଶି ଏହି ଅସାଧାରଣ ଉପଲବ୍ଧିକୁ ପ୍ରଶଂସା କରୁଛନ୍ତି । ମାନବିକତା ପାଇଁ ବିଜ୍ଞାନର ନୂତନ ଦିଗକୁ ଆଗକୁ ବଢ଼ିବା ପ୍ରକ୍ରିୟା ଜାରି ରହିବ । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ମଧ୍ୟ ଏହି ବିରଳ କୃତୀତ୍ୱ ପାଇଁ ଇସ୍ରୋର ପ୍ରତ୍ୟେକ ବୈଜ୍ଞାନିକ ତଥା ଇଞ୍ଜିନିୟରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଦେଶର ଏହି ଐତିହାସିକ ବିଜୟ ପାଇଁ ଦେଶବାସୀଙ୍କ ସହ ମିଶି ନିଜକୁ ଗୌରାବାନ୍ୱିତ ଅନୁଭବ କରୁଥିବା କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button