ଦେଶ

ଜି-୨୦ ସମ୍ମିଳନୀରେ ଭାଗ ନେବେ ନାହିଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ଆସିବେ ନାହିଁ ସି ଜିନ୍‌ପିଙ୍ଗ୍‌। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦେଶରେ ଆୟୋଜନ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଯୋଗ ଦେବେନାହିଁ। ଚୀନରେ ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଜି୨୦ର ଜଣେ ଭାରତୀୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର ପ୍ରିମିୟର ଲି କିୟାଙ୍ଗଙ୍କୁ ବେଜିଂର ପ୍ରତିନିଧି ରୂପେ ନୂଆଦିଲ୍ଲୀ ବୈଠକରେ ଭାଗ ନେବା ପାଇଁ ଆସିପାରନ୍ତି। କହି ରଖୁଛୁ, ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସ ୯ ଏବଂ ୧୦ ତାରିଖରେ ଆୟୋଜନ ହେବ ଜି-୨୦ ଶିଖର ସମ୍ମିଳନୀ।

ଏହି ବୈଠକକୁ ଧ୍ୟାନରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହା ସହିତ ସମଗ୍ର ଦିଲ୍ଲୀକୁ ସଜାଯାଉଛି। ଜି-୨୦ ବୈଠକକୁ ଭବ୍ୟ କରିବା ପାଇଁ ସମସ୍ତ ପ୍ରକାରର କାମ ଆଗେଇ ଚାଲିଛି। ଏଥିରେ ଅନେକ ଦେଶର ମହାନ ବ୍ୟକ୍ତିତ୍ୱ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଅଂଶଗ୍ରହଣ କରିବେ। ଏହାରି ଭିତରେ ଜି-୨୦ ସମ୍ମିଳନୀକୁ ନଜରରେ ରଖି ତାମିଲନାଡ଼ୁରୁ ୨୮ ଫୁଟ୍‌ ଉଚ୍ଚର ଏକ ବିଶାଳକାୟ ନାଟରାଜ ମୂର୍ତ୍ତି ଅଣାଯାଇଛି। ଏଥିପାଇଁ ରାସ୍ତାରେ ଗ୍ରୀନ୍‌ କରିଡର୍‌ କରାଯାଇଥିଲା। ରିପୋର୍ଟ ମୁତାବକ, ଏହି ମୂର୍ତ୍ତିକୁ ୨୫୦୦ କିଲୋମିଟର ଲମ୍ବା ଗ୍ରୀନ୍‌ କରିଡର କରି ଅଣାଯାଇଛି। ବର୍ତ୍ତମାନ ଏହାକୁ ଦିଲ୍ଲୀରେ ଭାରତ ମଣ୍ଡପମ୍‌ ବାହାରେ ସ୍ଥାପନ କରାଯିବ। ଏହି ବିଶାଳକାୟ ନଟରାଜ ମୂର୍ତ୍ତିର ଓଜନ ରହିଛି ୧୯ ଟନ୍‌।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button