ରାଜ୍ୟ

ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ – Ibnodisha

[ad_1]

ବ୍ୟୁରୋ : ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସୌରୀନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର। ସୂଚନା ଅନୁସାରେ, ବର୍ତ୍ତମାନ ସୌରିନକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କୋଲକାତା ଓ ମୁମ୍ବାଇ ଯାଇ ଅଭିଯୁକ୍ତଙ୍କୁ ଖୋଜିବ ଏହି ଟିମ । ଏସିପିଙ୍କ କହିବା ଅନୁଯାୟୀ, ଗତ ୨୫ ତାରିଖରୁ ତାଙ୍କୁ ଫୋନ ସ୍ୱିଚ ଅଫ ଅଛି । କଣ୍ଠଶିଳ୍ପୀ ସୌରୀନଙ୍କ ନାଁରେ ବାନ୍ଧବୀଙ୍କ ସହ ଅସଦାଚରଣ ଓ ଟଙ୍କା ଠକେଇର ଅଭିଯୋଗ ରହିଛି । କଟକ ମହିଳା ଥାନାରେ ଯୁବତୀ ଅଭିଯୋଗ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button