ରାଜ୍ୟ

ହୀରାକୁଦର ୨ଟି ଗେଟ୍ ଖୋଲା – Ibnodisha

[ad_1]

ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବା ବେଳେ ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ରେ ପହଂଚିଛି। ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ଅପରାହ୍‌ଣ ୪ଟାରେ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରକୁ ୯୯,୭୭୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୬୬,୪୦୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଏଥିରୁ ସ୍ଲୁଇସ୍ ଗେଟ୍‌ ଦେଇ ୩୨,୬୧୮ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୨୯,୪୩୨ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଉଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୩,୯୮୭ କ୍ୟୁସେକ୍ ଓ ମେଗା ଉଠାଜଳସେନ ପ୍ରକଳ୍ପ ପାଇଁ ୧୦୬ କ୍ୟୁସେକ ଓ ଶିଳ୍ପାନୁଷ୍ଠାନ ପାଇଁ ୨୫୭ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଥିବା ସୂଚନା ଦିଆଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button