ଅଭିନେତାଙ୍କ ସହ ସେଲଫି ନେବା ପରେ ବୋତଲ ମାଡ଼ କଲେ ଫ୍ୟାନ୍ସ – Ibnodisha

[ad_1]

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଟେଲିଭିଜନ ଧାରାବାହିକ ‘ଭାଗ୍ୟଲକ୍ଷ୍ମୀ’ର ଅଭିନେତା ଆକାଶ ଚୌଧୁରୀଙ୍କ ସହିତ ଜଣେ ଫ୍ୟାନ୍ସ ଖରାପ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓରେ ଆକାଶଙ୍କ ସହିତ ଜଣେ ଫ୍ୟାନ ସେଲଫି ନେଉଥିବା ଦେଖିବାକୁ ମିଳୁଛି। ସେଲଫି ନେବା ପରେ ଫ୍ୟାନ ଜଣକ ଆକାଶଙ୍କ ଉପରକୁ ବୋତଲ ମାଡ଼ କରୁଛନ୍ତି। ଫ୍ୟାନଙ୍କ ଏଭଳି ଆଚରଣ ଦେଖି ଆକାଶ ଭୟଭୀତ ହୋଇଯାଉଛନ୍ତି। ସେ ଆଶ୍ଚର୍ଯ୍ୟ ହୋଇ ଉକ୍ତ ଫ୍ୟାନକୁ ଚାହିଁ ରହିଛନ୍ତି। କ’ଣ ହେଲା କିଛି ବୁଝି ପାରୁ ନାହାନ୍ତି। ଏହି ଘଟଣା ପରେ ଆକାଶ କ୍ରୋଧିତ ହୋଇ ଗାଡ଼ି କେଉଁଠି ଅଛି ବୋଲି ପଚାରି ଘଟଣାସ୍ଥଳରୁ ଚାଲି ଯାଉଛନ୍ତି।
ତେବେ ଫ୍ୟାନ୍ସ ଜଣକ ଏମିତି କାହିଁକି କଲେ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ହାସ୍ୟାଭିନେତା ଭାରତୀ ସିଂ ବି ଆଶ୍ଚର୍ଯ୍ୟଚକିତ ହୋଇଯିବାର ଏକ ସାଙ୍କେତିକ ଚିହ୍ନ ଦେଇଛନ୍ତି।
ଏଥିସହିତ ଅନ୍ୟମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏମିତି ଫ୍ୟାନ୍ସ ରହିବା ଅପେକ୍ଷା ଫ୍ୟାନ୍ସ ନରହିବା ଉଚିତ। ଦୁନିଆରେ ଏମିତି ବି ଅଭଦ୍ର ଲୋକ ଅଛନ୍ତି। ଯେଉଁମାନେ ଜଣେ ଅଭିନେତାଙ୍କ ସହିତ କ୍ୟାମେରା ସାମ୍ନାରେ ଏଭଳି ନିଚ କାମ କରିବାକୁ ସାହାସ କରନ୍ତି।
[ad_2]