ଦେଶ

ଗିରଫ ହେଲେ ଅଭିନେତା ତଥା ପ୍ରଯୋଜକ କେଆରକେ – Ibnodisha

[ad_1]

ମୁମ୍ବାଇ: କମଲ କୋର୍ଟଙ୍କ ନିର୍ଦ୍ଦେଶ ଭଙ୍ଗ କରି ନୂଆବର୍ଷ ପାଳନ କରିବା ପାଇଁ ଦେଶ ଛାଡ଼ି ଦୁବାଇ ଯାଉଥିଲେ। ପୁଲିସ ବି‌ଶେଷ ସୂତ୍ରରୁ ଖବର ପାଇବା ପରେ ବିମାନବନ୍ଦରରେ କମଲଙ୍କୁ ମାଡ଼ି ବସିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗିରଫ ହେବା ଖବର କମଲ ନିଜେ ଏକ୍ସ(ଟୁଇଟର) ଜରିଆରେ ସମସ୍ତଙ୍କୁ ଏବିଷୟରେ ଜଣାଇଛନ୍ତି। ଏଥିସହିତ ସେ ଲେଖିଛନ୍ତି, ‘ଯଦି ମୋର କିଛି ହୋଇଯାଏ, ତେବେ ଏଥିପାଇଁ କିଏ ଦାୟୀ ହେବେ।’ ଅଭିନେତା ତଥା ପ୍ରଯୋଜକ କମଲ ରସିଦ ଖାନ ଓରଫ କେଆରକେଙ୍କୁ ମୁମ୍ବାଇ ପୁଲିସ ବିମାନବନ୍ଦରରୁ ଗିରଫ କରିଛି। ଗିରଫ କମଲଙ୍କ ବିରୋଧରେ ୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା। ଏହି କାରଣରୁ ‌ସେ ଦେଶ ଛାଡ଼ି ଯାଇ ପାରି‌ବେ ନାହିଁ ବୋଲି କୋର୍ଟ ତାଙ୍କ ନିକଟରେ ସର୍ତ୍ତ ରଖିଥି‌ଲେ। ୨୦୨୦ ଏପ୍ରିଲ ୩୦ରେ ଯୁବ ସେନା ନେତା ରାହୁଲ କାନାଲଙ୍କ ପକ୍ଷରୁ କେଆରକେଙ୍କ ବିରୋଧରେ ଏଫଆଇଆର ହୋଇଥିଲେ। ଏଫଆଇଆରରେ ଉଲ୍ଲେଖ ଥିଲା କି, କେଆରକେ ସ୍ବର୍ଗତ ଇର୍ଫାନ ଖାନ ଓ ରିଷି କପୁରଙ୍କ ଉପରେ ବିବାଦୀୟ ଘୃଣାସୃଷ୍ଟିକାରୀ ପୋଷ୍ଟ କରିଥିଲେ। ୨୦୨୨ରେ ସେ ଦୁଇଥର ଗିରଫ ହୋଇସାରିଛନ୍ତି। ୨୦୧୬ରେ କମଲଙ୍କ ବିରୋଧରେ ବିକ୍ରମ ଭଟ୍ଟ ମାମଲା ରୁଜୁ କରିଥିଲେ। ଏକ୍ସ (ଟୁଇଟର)ରେ କମଲ ଲେଖିଛନ୍ତି, ‘ମୁଁ ଏକବର୍ଷ ହେବ ମୁମ୍ବାଇରେ ଅଛି। କୋର୍ଟ ଯେବେଯେବେ ମୋତେ ହାଜର ହେବାକୁ ଡାକନ୍ତି ମୁଁ ହେଳା ନକରି ସଠିକ ସମୟ ଓ ତାରିଖରେ ଯାଇ ପହଞ୍ଚି ଯାଇଥାଏ।ଆଜି ମୁଁ ନୂଆବର୍ଷ ପାଇଁ ଦୁବାଇ ଯାଉଥିଲି। କିନ୍ତୁ ମୁମ୍ବାଇ ପୁଲିସ ମୋତେ ଗିରଫ କରିଥିଲା। ପୁଲିସ ଦୃଷ୍ଟିରେ ମୁଁ ୨୦୧୬ ମାମଲାର ଫେରାର ଅଭିଯୁକ୍ତ । ସଲମାନ ଖାନ କହୁଛନ୍ତି ତାଙ୍କର ଟାଇଗର ୩ ସିନେମା ମୋ ପାଇଁ ଅସଫଳ ହେଲା। ଯଦି ଚାପଗ୍ରସ୍ତ ହୋଇ ମୋର କୌଣସି ପ୍ରକାରେ ଜେଲରେ ମୃତ୍ୟୁ ହୋଇଯାଉଛି ତେବେ ଏଥିପାଇଁ କିଏ ଦାୟୀ ହେବ।’କମଲ ଏହି ଟୁଇଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଅନେକ ଗଣମାଧ୍ୟମକୁ ଟ୍ୟାଗ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button