ଦେଶ

କାରଖାନାରେ ନିଆଁ ଲାଗି ୧୩ କର୍ମଚାରୀ ଜୀବନ୍ତ ଦଗ୍ଧ – Ibnodisha

[ad_1]

ଜାକର୍ତ୍ତା: ଇଣ୍ଡୋନେସିଆର ସୁଲାୱେସୀ ଦ୍ୱୀପରେ ଥିବା ଚୀନ୍‌ର ଏକ ନିକେଲ ପ୍ଲାଣ୍ଟରେ ରବିବାର ବିସ୍ଫୋରଣ ହେବାରୁ ୧୩ଜଣ ଜିବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏନେଇ ସେଣ୍ଟ୍ରାଲ ସୁଲାୱେସୀ ପୁଲିସ୍ ମୁଖ୍ୟ ଆଗସ୍ ନଗ୍ରୋହୋ କହିଛନ୍ତି, ଏହି ଘଟଣାରେ ଅତି କର୍ମରେ ୫ଜଣ ଚାଇନିଜ୍ ଏବଂ ୮ଜଣ ଇଣ୍ଡୋନେସିଆ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ପ୍ଲାଣ୍ଟରେ ଗୋଟିଏ ପଟେ ନିକେଲ ତରଳାଇବା କାମ ଚାଲିଥିବା ବେଳେ ଅନ୍ୟପକ୍ଷେ କାରଖାନାର ମରାମତି କାମ ମଧ୍ୟ ଚାଲିଥିଲା । ତେବେ ଦୁର୍ଭଗ୍ୟବଶତଃ ନିକେଲ ତରଳିବା ଚୁଲିରେ ଏକ ବିସ୍ଫୋରଣ ହୋଇଥିଲା । ୧୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଚୀନ୍‌ର ଏହି ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ କୌଣସି ବିବୃତି ଏହି ଘଟଣାରେ ଆସିନଥିବା ବେଳେ ପୂର୍ବରୁ ମଧ୍ୟ ଏଠାରେ ଏପ୍ରକାର ଅଘଟଣ ଘଟିଥିବା ନଗ୍ରୋହୋ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button