ଦେଶ

ରାଗ ହେଲା କାଳ; ଚଳନ୍ତା ବସ୍‌ରେ ସାଙ୍ଗ କାଟିଲା ସାଙ୍ଗର ବେକ – Ibnodisha

[ad_1]

ତାମିଲନାଡ଼ୁ : ସାମାନ୍ୟ କଥାକୁ ନେଇ ସମ୍ପର୍କରେ ଦେଖାଦେଲା ଫାଟ, ଭରିଗଲା ତିକ୍ତତା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ସାଙ୍ଗ ଆଉ ଏକ ସାଙ୍ଗର ବେକ କାଟି ଦେଇଛି। ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁର କାରୁର ଜିଲ୍ଲାରେ ଘଟିଛି। ଅଭିଯୁକ୍ତଜଣକ ଏମବିଏ ପ୍ରଥମ ବର୍ଷ ଛାତ୍ର ଏ ଅନ୍ନାମଲାଇ ବୋଲି ଜଣାଯାଇଛି। ଅପରପକ୍ଷେ, ଗୁରୁତର ହୋଇଥିବା ଛାତ୍ରଙ୍କ ନାମ ପି ନୀତୀଶ କୁମାର ବୋଲି ଜଣାଯାଇଛି। ସେ ଜଣେ ଇଞ୍ଜିନିୟରିଂ ଛାତ୍ର। ଉଭୟ ଗୋଟିଏ କଲେଜରେ ପଢ଼ୁଥିବା ବେଳେ ବସ୍‌ରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବେଶ୍‌ ଭଲ ବନ୍ଧୁତା ଆରମ୍ଭ ହୋଇଥିଲା। ମାତ୍ର କିଛି ଦିନ ହେବ କୌଣସି କଥାକୁ ନେଇ ପି ନିତିଶ କୁମାର ଅନ୍ନାମଲାଇଙ୍କ ସହ କଥା ହେଉ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ଅନ୍ନାମଲାଇ ସୁଯୋଗ ଅପେକ୍ଷାରେ ଥିଲେ। ନୀତୀଶ କୁମାର ବସ୍‌ରେ ବସିଥିବା ବେଳେ ସେ ମଧ୍ୟ ତାଙ୍କ ପାଖ ସିଟ୍‌ରେ ବସିଲେ। ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେଲା। ଏହାପରେ ଅନ୍ନାମଲାଇ ନିଜ ପାଖରେ ଥିବା ଏକ ଛୁରୀରେ ନୀତୀଶଙ୍କ ବେକ କାଟିଦେଇଥିଲେ। ଏହାଦେଖି ବସ୍‌ ଡ୍ରାଇଭର ତୁରନ୍ତ ନୀତୀଶଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ଅଭିଯୁକ୍ତ ଅନ୍ନାମଲାଇ ଫେରାର ଥିବା ସୂଚନା ମିଳିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button