ଦେଶ

ନିର୍ବାଚନ ଡ୍ୟୁଟିରେ ମୁତୟନ ଥିବା ସିଆରପିଏଫ ଯବାନଙ୍କ ମୃତ୍ୟୁ – Ibnodisha

[ad_1]

କୋଲକାତା : ପଶ୍ଚିମବଙ୍ଗର ମାଥାଭାଙ୍ଗରେ ଘଟିଛି ଅଭାବନୀୟ ଘଟଣା। ନିର୍ବାଚନ ଡ୍ୟୁଟିରେ ମୁତୟନ ଥିବା ସିଆରପିଏଫ ଯବାନଙ୍କ ମୃତ୍ୟୁ । ମାଥାଭାଙ୍ଗର ଏକ ମତଦାନ କେନ୍ଦ୍ରରେ ସମ୍ପୃକ୍ତ ଯବାନଜଣକ ମୁତୟତ ଥିଲେ। ଗତ ରାତିରେ ସେ ବାଥରୁମ୍‌ ଯାଇଥିବା ବେଳେ ସେଠାରେ ପଡ଼ି ଯାଇଥିଲେ। କିଛି ସମୟ ପରେ ଆଉ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଯବାନଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବାଥ୍‌ରୁମ୍‌ ଚଟାଣରେ ପଡ଼ିବା ଯୋଗୁ ଯବାନଙ୍କ ମୁଣ୍ଡ ମାଡ଼ ହୋଇ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଡାକ୍ତର କହିଛନ୍ତି। ତେବେ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀ କହିଛନ୍ତି ।ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ପଶ୍ଚିମବଙ୍ଗର ୩ଟି ସିଟ୍‌ କୁଚବିହାର, ଅଲ୍ଲିପୁରଦ୍ୱାର ଓ ଜଲପାଇଗୁଡ଼ି ସିଟ୍‌ରେ ଆଜି ମତଦାନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button