ଦେଶ

ୱାୟାନାଡ ଭୂସ୍ଖଳନ: ପୀଡିତଙ୍କ ପାଇଁ ରିଲାଏନ୍ସ ଫାଉଣ୍ଡେସନର ସହାୟତା

କେରଳର ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆଗକୁ ଆସିଛି । ସ୍ଥାନୀୟ ପ୍ରଶାସନର ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ଦୀର୍ଘକାଳୀନ ରିଲିଫ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ପୀଡିତମାନଙ୍କୁ ତୁରନ୍ତ ସହାୟତା ଭାବରେ ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ସାମଗ୍ରୀ, ଫଳ, କ୍ଷୀର, ଶୁଖିଲା ରାସନ, ରୋଷେଇ ବାସନକୁସନ, ପାନୀୟ ଜଳ, ମୌଳିକ ସ୍ୱଚ୍ଛତା ସାମଗ୍ରୀ, ଟେଣ୍ଟ, ଶଯ୍ୟା, ସୋଲାର ଲଣ୍ଠନ ଏବଂ ଟର୍ଚ୍ଚ ଭଳି ସାମଗ୍ରୀ ଉପଲବ୍ଧ କରାଯାଉଛି।

 

ପ୍ରଭାବିତ ପରିବାର ଯେଭଳି ପୁଣିଥରେ ସେମାନଙ୍କ ଜୀବନ ଜୀବିକାକୁ ଫେରିପାରିବେ ସେଥିପାଇଁ ବିହନ, ଚାରା, ଉପକରଣ ତଥା ଯନ୍ତ୍ରପାତି ଏବଂ ବ୍ୟବସାୟିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପିଲାମାନଙ୍କ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ପୁସ୍ତକ ଏବଂ କ୍ରୀଡା ସାମଗ୍ରୀ ସହିତ ଶିକ୍ଷା ସହାୟତା ଉପଲବ୍ଧ କରାଯିବ। ଉଦ୍ଧାରକାରୀ କର୍ମୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳର କାର୍ଯ୍ୟ ସୁଗମ କରିବା ପାଇଁ ରିଲାଏନ୍ସ ଜିଓ ସ୍ୱତନ୍ତ୍ର ଟାୱାର ସ୍ଥାପନ କରିଛି। ଯାହାଦ୍ୱାରା ଯୋଗାଯୋଗରେ ଉନ୍ନତି ହୋଇପାରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ସୁବ୍ୟବସ୍ଥିତ କରାଯାଇପାରିବ। ମନୋବୈଜ୍ଞାନିକ ଓ ସାମାଜିକ ଆଘାତ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ବିଶେଷଜ୍ଞ ସହାୟତା ମଧ୍ୟ ପ୍ରଦାନ କରାଯାଉଛି।

କେରଳର ଏହି ଦୁଃଖଦ ଘଟଣା ନେଇ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନିତା ଅମ୍ବାନୀ କହିଛନ୍ତି, “ୱାୟାନାଡ଼ର ଲୋକଙ୍କ ଦୁଃଖ ଏବଂ ଭୂସ୍ଖଳନ ହେତୁ ହୋଇଥିବା ଅଶେଷ କ୍ଷୟକ୍ଷତିକୁ ନେଇ ଆମେ ଦୁଃଖିତ। ଏହି ଦୁଃଖ ସମୟରେ ସମସ୍ତ ପ୍ରଭାବିତ ବ୍ୟକ୍ତି ଓ ପରିବାର ପ୍ରତି ଆମର ସମବେଦନା ଜଣାଉଛି। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଆମର ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ ଦଳ ଦିନରାତି କାର୍ଯ୍ୟ କରୁଛନ୍ତି। ଆମେ ଏହି କଠିନ ସମୟରେ କେରଳର ଲୋକମାନଙ୍କ ସହିତ ରହିଛୁ।”

Related Articles

Leave a Reply

Your email address will not be published. Required fields are marked *

Back to top button