ଦେଶ

ରାଜସ୍ଥାନ : ଗୋଟିଏ ବାଇକରେ ୬ ଜଣ, ପିଟିଲା କଣ୍ଟେନର, ୫ ମୃତ ଜଣେ ପିଲା ଆହତ

ରାଜସ୍ଥାନ ଚିତ୍ତୋଡଗଢରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଜଣେ ଶିଶୁ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ନିମ୍ବାହେଡା ସଦର ଥାନା ଅଞ୍ଚଳରେ ହୋଇଛି । ଏକ ଅନିୟନ୍ତ୍ରିତ କଣ୍ଟେନର ଏକ ବାଇକୁ ଧକ୍କା ଦେଇଥିଲା । ଦୁର୍ଘଟଣା ହେବା ପରେ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତ ଶିଶୁଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

 

ଖବର ମୁତାବକ, ଦୁର୍ଘଟଣା ସକାଳ ସମୟରେ ହୋଇଛି । ଭୋର ସମୟରେ ଅନ୍ଧାର ଥିବା ଯୋଗୁଁ ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଗୋଟିଏ ପରିବାରର । ଗୋଟିଏ ବାଇକରେ ଏମାନେ ଯାଉଥିବା ବେଳେ କଣ୍ଟେନର ସହିତ ଧକ୍କା ହୋଇଥିଲା । ବାଇକରେ ଥିବା ଜଣେ ମହିଳା, ୩ ଜଣ ପୁରୁଷ ଏବଂ ୮ ବର୍ଷର ପିଲାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦେଢ ବର୍ଷର ପିଲା ଆହତ ହୋଇଛନ୍ତି । ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଟିମ୍‌ ପହଞ୍ଚିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button