ଦେଶ

ନଦୀକୁ ଟ୍ରାକ୍ଟର ଖସି ୯ ମୃତ; ଏକାଧିକ ନିଖୋଜ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଶାହରନପୁରରେ ନଦୀକୁ ଟ୍ରାକ୍ଟର ଖସି ଏକାଧିକ ମୃତାହତ ହୋଇଛନ୍ତି । ଆଜି ଅପରାହ୍ନରେ କୋତୱାଲୀ ଦେହାତ ଏରିଆର ବୁନ୍ଦକି ନିକଟରେ ଧାମଲା ନଦୀ ମଧ୍ୟକୁ ଏକ ଟ୍ରାକ୍ଟର ଖସିପଡିଛି । ଏବେ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ମଧ୍ୟ ରହଛନ୍ତି। ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କରିଛି ରେସକ୍ୟୁ ଟିମ୍ । ଟ୍ରାକ୍ଟର ଟ୍ରଲିରେ ଯାତ୍ରା କରୁଥିବା ସମସ୍ତେ ତୀର୍ଥଯାତ୍ରୀ ଓ ନିକଟବର୍ତ୍ତୀ ଅଞ୍ଚଳର ହୋଇଥିବା କୁହାଯାଉଛି । ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ଯାତ୍ରୀ ଗାଗଲହେଦି ପୋଲିସ ଷ୍ଟେସନ ଅଞ୍ଚଳର ବାଲେଲି ଅଞ୍ଚଳର । ସେମାନେ ଏକ ପୂଜାରେ ଅଂଶଗ୍ରହଣ କରିବା ପାଇଁ ଟ୍ରାକ୍ଟର ଟ୍ରଲିରେ ଶାହରନପୁର ଯାଉଥିଲେ । ବୁନ୍ଦକି ନିକଟରେ ଭାରସାମ୍ୟ ହରାଇ ଧାମଲା ନଦୀ ମଧ୍ୟକୁ ଟ୍ରାକ୍ଟରଟି ଖସି ପଡ଼ିଥିଲା ।

ସମ୍ପୂର୍ଣ୍ଣ ଟ୍ରାକ୍ଟର ଓ ଏଥିରେ ଯାତ୍ରୀ ପାଣିରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ । ତେବେ ପୋଲିସ, ଫାଏର ଟିମ୍ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ଏବେ ସୁଦ୍ଧା ପ୍ରାୟ ୯ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ୧୦ ରୁ ୧୨ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକାଧିକ ନିଖୋଜ ମଧ୍ୟ ରହିଛନ୍ତି । ଉଦ୍ଧାରକାରୀ ଟିମ୍ ଓ ଅଗ୍ନିଶମ ଟିମ୍ ନଦୀ ମଧ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି । କିଛି ତୀର୍ଥଯାତ୍ରୀ ଏବେ ମଧ୍ୟ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ଅଘଟଣରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍‌ଯନାଥ ଦୁଖଃ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିଜନକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ମିଳିଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି । ଟ୍ରାକ୍ଟର ଟ୍ରଲିରେ ଅସୁରକ୍ଷିତ ଭାବେ ମାତ୍ରାଧିକ ଯାତ୍ରୀ ଯାତ୍ରା କରିବା କାରଣରୁ ଗାଡିଟି ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button