ଦେଶ

ଅଗଷ୍ଟ ୨୩ରୁ ପବିତ୍ର ଅମରନାଥ ଯାତ୍ରା ବନ୍ଦ, ତୀର୍ଥଯାତ୍ରୀଙ୍କ ସଂଖ୍ୟା କମୁଥିବାରୁ ନିଆଗଲା ନିଷ୍ପତ୍ତି – Ibnodisha

[ad_1]

ଏବେ ଜମ୍ମୁ-କାଶ୍ମୀରରେ ପବିତ୍ର ଅମରନାଥ ଯାତ୍ରା ଚାଲିଛି। ରବିବାର ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ ତୀର୍ଥଯାତ୍ରୀଙ୍କ ସଂଖ୍ୟା କମିବା ଏବଂ ଏଠାରେ ଚାଲିଥିବା ଟ୍ରାକ୍‌ ପୁନରୁଦ୍ଧାର କାମକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୩ରୁ ଅମରନାଥ ଯାତ୍ରା ବନ୍ଦ ରହିବ। ଜମ୍ମୁ-କାଶ୍ମୀର ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଏ ନେଇ ଘୋଷଣା କରାଯାଇଛି।ସୂଚନା ଅନୁସାରେ, ୬୨ ଦିନ ଧରି ଚାଲୁଥିବା ଅମରନାଥ ଯାତ୍ରାକୁ ଅଗଷ୍ଟ ୨୩ରୁ ଅସ୍ଥାୟୀ ରୂପେ ବନ୍ଦ କରାଯିବ। ଅଗଷ୍ଟ ୩୧ ଛଡ଼ି ମୁବାରକ୍‌ କାର୍ଯ୍ୟକ୍ରମ ସହିତ ଏହାର ସମାପନ ହେବ। କହି ରଖୁଛୁ, ଅମରନାଥ ଯାତ୍ରା ଦୁଇଟି ମାର୍ଗ ଅନନ୍ତନାଗ ଜିଲ୍ଲାର ପହଲଗାମ ଟ୍ରାକ୍‌ ଏବଂ ଗାନ୍ଦରବଲ ଜିଲ୍ଲାର ବାଲଟାଲରୁ ଏକ ସାଥୀରେ ଆରମ୍ଭ ହୋଇଥିଲା। ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ଯାତ୍ରାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ ୪.୪ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫାକୁ ଦର୍ଶନ କରି ସାରିଲେଣି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button