ଦେଶ

ନ୍ୟୁୟର୍କର ଟାଇମ୍ସ ସ୍କୋୟାର୍‌ରେ ଲାଗିଲା ରାମଙ୍କ ଫଟୋ – Ibnodisha

[ad_1]

ନୂଆଦିଲ୍ଲୀ : ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ବିରାଜମାନ କରିଛନ୍ତି ରାମଲଲା। ଏଥିପାଇଁ ପୂରା ଉତ୍ସବ ମୁଖର ହୋଇପଡିଛି ସାରା ବିଶ୍ୱ । ଦେଶ ସମେତ ବିଦେଶରେ ମଧ୍ୟ ଉତ୍ସବର ମାହୋଲ। ଜୟ ଶ୍ରୀ ରାମ ନାରାରେ କମ୍ପିଛି ଆମେରିକା। ତେବେ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ରାମ ଲଲ୍ଲା ବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାରତୀୟ ବଂଶୋଦ୍ଭବମାନେ ନ୍ୟୁୟର୍କର ଟାଇମ୍‌ସ୍‌ ସ୍କୋୟାର୍‌ରେ ପ୍ରଭୁ ରାମଙ୍କର ଫଟୋ ପ୍ରଦର୍ଶନ କରି ଆଖିଦୃଶିଆ ଉତ୍ସବ ପାଳନ କରିଥିଲେ। ଉତ୍ସବ ପାଳନ ବେଳର ଫଟୋ ଓ ଭିଡିଓ ସେୟାର୍‌ କରି ନ୍ୟୁୟର୍କସ୍ଥିତ ଭାରତର କନ୍‌ସୁଲେଟ୍‌ ଜେନେରାଲ୍‌ କହିଥିଲେ, ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଟାଇମ୍‌ସ୍ ସ୍କୋୟାର୍‌ରେ ଭାରତୀୟ ବଂଶୋଦ୍ଭବମାନେ ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ କରିଛନ୍ତି। ପାରମ୍ପରିକ ଭାରତୀୟ ବେଶପୋଷାକ ସାଜି ସେମାନେ ଆବେଗର ସହିତ ଭଜନ ଓ ଜଣାଣ ଗାୟନ କରିବା ସହିତ ଭାରତୀୟ ସାଂସ୍କୃତିକ ଐତିହ୍ୟ, ଚମତ୍କାରିତା ଓ ଏକତା ପ୍ରଦର୍ଶନ କରିଥି‌ବା କଥା ସେ ମଧ୍ୟ କହିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button