ହାତୀଙ୍କୁ ଦିଆଯିବ କୁମ୍କି ତାଲିମ – Ibnodisha

[ad_1]
ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ହାତୀମାନେ ଗାଁରେ ପଶିବାରୁ କେତେବେଳେ ବ୍ୟାପକ ଫସଲ ନଷ୍ଟ ହେଉଛି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ। ଏଥର ସମସ୍ତ ହାତୀ ପାଠ ପଢ଼ିବେ ଏବଂ ନେବେ କୁମ୍କି ତାଲିମ। ଏଥିପାଇଁ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି ଯେ ଏଥର ପ୍ରାରମ୍ଭିକ ଭାବେ ଚନ୍ଦକା, ସାତକୋଶିଆ, କପିଳାସ ଓ ଶିମିଳିପାଳରେ ହାତୀ ପାଠଶାଳା ଖୋଲିବ। ଏହାସହିତ ପରବର୍ତ୍ତୀ ସମୟରେ ଦେବ୍ରିଗଡ଼ ଅଭୟାରଣ୍ୟରେ ଏହି ହାତୀମାନଙ୍କୁ ଟ୍ରେନିଂ ଦିଆଯିବ। ହାତୀଙ୍କୁ ଟ୍ରେନିଂ ଦେବାକୁ ରାଜ୍ୟରେ ମାହୁନ୍ତଙ୍କ ଅଭାବ ଥିବାରୁ ଅନ୍ୟ ରାଜ୍ୟରୁ ମାହୁନ୍ତ ଆଣିବାକୁ ସ୍ଥିର କରାଯାଇଛି। ହାତୀ ମାନେ କୁମକି ତାଲିମ ନେବେ ଏବଂ ଜନବସତି ମୁହାଁ ହେଉଥିବା ବଣୁଆ ହାତୀ ମାନଙ୍କୁ ଘଉଡାଇବେ। ତେବେ ବନବିଭାଗ ତରଫରୁ ଏହି ବ୍ୟବସ୍ଥା କରିବା ଦ୍ୱାରା ଏହି ବଣୁଆ ହାତୀ କବଳରୁ ରକ୍ଷା ପାଇପାରିବେ ସମସ୍ତ ଗ୍ରାମବାସୀ।
[ad_2]




