ଦେଶ

ଯୌନଶୋଷଣର ଶିକାର ହୋଇ ଗର୍ଭବତୀ ହେଉଛନ୍ତି ମହିଳା କଏଦୀ – Ibnodisha

[ad_1]

କୋଲକାତା: ପଶ୍ଚିମବଙ୍ଗର ବିଭିନ୍ନ ଜେଲ ଓ ସୁଧାରଗୃହରେ ବନ୍ଦ ଥିବା ମହିଳା କଏଦୀମାନେ ଗର୍ଭବତୀ ହେବା ସଂଖ୍ୟା ବଢିବାରେ ଲାଗିଛି । ଆଜି ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ମହିଳା କଏଦୀଙ୍କ ଯୌନଶୋଷଣ ପରି ଚାଞ୍ଚଲ୍ୟକର ସ୍ଥିତିର ପ୍ରମାଣ ମିଳିବା ପରେ କୋଲକାତା ଉଚ୍ଚନ୍ୟାୟାଳୟ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ଗତ କିଛି ମାସ ମଧ୍ୟରେ ବିଭିନ୍ନ ଜେଲ ଓ ସୁଧାରଗୃହରେ ସଜ୍ଜା କାଟୁଥିବା ମହିଳା କଏଦୀମାନେ ୧୯୬ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ପଶ୍ଚିମବଙ୍ଗର ଜେଲ ଓ ସୁଧାରଗୃହ ନୀତିରେ ସଂସ୍କାର ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଆଜି କୋଲକାତା ହାଇକୋର୍ଟରେ ଏହି ସମ୍ପର୍କିତ ମାମଲାର ଶୁଣାଣି ବେଳେ ଆମିକସ୍ କ୍ୟୁରି ଏହି ତଥ୍ୟ ରଖିଥିଲେ । ରାଜ୍ୟର ବିଭିନ୍ନ ଜେଲ ଓ ସୁଧାରଗୃହରେ ଗତ କିଛି ମାସ ମଧ୍ୟରେ ମୋଟ ୧୯୬ ଶିଶୁ ଜନ୍ମ ନେଇଛନ୍ତି । ମୁଖ୍ୟ ବିଚାରପତି ଟି.ଏସ୍ ସିବଗାନନମ ଓ ଜଷ୍ଟିସ୍ ସୁପ୍ରତିମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ତଥ୍ୟରେ ଚିନ୍ତା ପ୍ରକଟ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅପରାଧିକ ମାମଲାର ବିଶେଷଜ୍ଞଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚରେ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆମିକସ୍ କ୍ୟୁରି ଏହି ସମସ୍ୟାର ସମାଧାନ ପାଇଁ ଏକାଧିକ ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ପରାମର୍ଶ ମଧ୍ୟ ଖଣ୍ଡପୀଠଙ୍କ ନିକଟରେ ରଖିଛନ୍ତି । ମହିଳା କଏଦୀମାନେ ବନ୍ଦ ଥିବା ସୁଧାରଗୃହ ଓ ଜେଲରେ ପୁରୁଷ କର୍ମଚାରୀମାନେ କାର୍ଯ୍ୟରତ ଅଛନ୍ତି ।

ମହିଳା କଏଦୀମାନଙ୍କୁ ରଖାଯାଇଥିବା ଏନକ୍ଲୋଜରରେ ପୁରୁଷ କର୍ମଚାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ କୋର୍ଟଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ । ଆମିକସ କ୍ୟୁରୀଙ୍କ ଦ୍ୱାରା କୋର୍ଟଙ୍କୁ ଅବଗତ କରାଯାଇଥିବା ଅନ୍ୟ ପ୍ରତିଷେଧକ ପରାମର୍ଶ ହେଲା, ସମସ୍ତ ଜିଲ୍ଲା ଜଜ୍ (ସେମାନେ ଭିଜିଟର ବୋର୍ଡର ଚେୟାରମ୍ୟାନ) ସେମାନଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଆସୁଥିବା ସୁଧାରଗୃହ ଗୁଡିକରେ କେତେ ମହିଳା କଏଦୀ ରହୁଛନ୍ତି ତାହା ଜାଣିବା ସହ ସେମାନଙ୍କର ସ୍ଥିତି ଓ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରାଯିବା ଆବଶ୍ୟକ । ଏଥିସହ ସମସ୍ତ ମହିଳା କଏଦୀଙ୍କ ପ୍ରେଗେନ୍ସି ଟେଷ୍ଟ କରାଯିବା ଓ ସୁଧାରଗୃହରେ ସେମାନଙ୍କୁ ଯୌନଶୋଷଣରୁ ରକ୍ଷା କରିବା ପାଇଁ ଜିଲ୍ଲାର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି ସେ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । ଏହି ପ୍ରକ୍ରିୟା ପଶ୍ଚିମବଙ୍ଗର ସମସ୍ତ ପୋଲିସ ଷ୍ଟେସନ ଦ୍ୱାରା କରାଯିବା ଉଚିତ ବୋଲି ଆମିକସ କ୍ୟୁରୀ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button