ଚର୍ଚ୍ଚାରେ ସାଣ୍ଟିଆଗୋ ମାର୍ଟିନ୍ – Ibnodisha
[ad_1]
ନୂଆଦିଲ୍ଲୀ: ଲଟେରୀ କିଙ୍ଗ୍ ଭାବେ ଜଣାଶୁଣା ସାଣ୍ଟିଆଗୋ ମାର୍ଟିନ୍ଙ୍କ ଫ୍ୟୁଚର ଗେମିଂ ଏବଂ ହୋଟେଲ୍ ସର୍ଭିସେସ୍ ନାମକ କମ୍ପାନୀ ଦେଶର ସର୍ବବୃହତ୍ ଇଲେକ୍ଟୋରାଲ୍ ବଣ୍ଡ୍ କ୍ରେତା ଭାବେ ସାମ୍ନାକୁ ଆସିଛି । ନିର୍ବାଚନ ଆୟୋଗ, ଗୁରୁବାର ନିଜ ୱେବସାଇଟ୍ରେ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ତଥ୍ୟ ଦାଖଲ କରିବା ପରେ ଏହି ସୂଚନା ସାର୍ବଜନୀନ ହୋଇଛି । ଏଥିସହ ସାଣ୍ଟିଆଗୋ ମାର୍ଟିନ୍ଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି । ନିର୍ବାଚନ ଆୟୋଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଦେଶର ବିଭିନ୍ନ ରାଜନୈତିକ ଦଳ ବିଶେଷକରି ଦକ୍ଷିଣ ଭାରତୀୟ ରାଜ୍ୟରେ ସକ୍ରିୟ ଥିବା ରାଜନୈତିକ ଦଳଗୁଡ଼ିକୁ ଏହି କମ୍ପାନୀ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ୨୦୧୯ରୁ ୨୦୨୪ ମଧ୍ୟରେ ମୋଟ୍ ୧୩୬୮ କୋଟି ଟଙ୍କାର ଚାନ୍ଦା ଦେଇଥିବା ଜଣାପଡିଛି । ଅର୍ଥାତ୍ ସାଣ୍ଟିଆଗୋ ମାର୍ଟିନ୍ଙ୍କ ଏହି କମ୍ପାନୀ ୧୩୬୮ କୋଟି ଟଙ୍କା ମୂଲ୍ୟର ଇଲେକ୍ଟୋରାଲ୍ ବଣ୍ଡ୍ କ୍ରୟ କରିଛି ।
ତେବେ ଏଥିମଧ୍ୟରୁ ସର୍ବାଧିକ ଚାନ୍ଦା ପରିମାଣ ଅର୍ଥାତ୍ ପ୍ରାୟ ୩୭% ଅର୍ଥାତ୍ ୫୦୯ କୋଟି ଟଙ୍କା କେବଳ ତାମିଲନାଡୁ ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ଦଳ ଡିଏମ୍କେକୁ ମିଳିଛି । ପେଟପାଟଣା ପାଇଁ ଯୁବକ ବୟସରେ ଦିନେ ଲଟେରୀ ବିକ୍ରି କରୁଥିବା ସାଣ୍ଟିଆଗୋ ମାର୍ଟିନ୍ ଆଜି ରିୟଲ ଇଷ୍ଟେଟ୍ ବ୍ୟବସାୟ କ୍ଷେତ୍ରରେ ଏକ ଟାଇକୁନ୍ ଭାବେ ଉଭା ହୋଇଛନ୍ତି । ଏହାପୂର୍ବରୁ ମିଆଁମାରରେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ମାର୍ଟିନ୍, ୧୯୮୦ରେ ଭାରତ ଫେରିଆସିଥିଲେ ଏବଂ କଏମ୍ବାଟୋରରେ ଲଟେରି ବିକିବା ଆରମ୍ଭ କରିଥିଲେ । ଏବେ ବି ତାଙ୍କର ଏକ କମ୍ପାନୀ ଲଟେରୀ ବ୍ୟବସାୟ କରୁଛି ଏବଂ ଏହା ଭୂଟାନ୍, ନେପାଳ ଭଳି ଦେଶକୁ ସମ୍ପ୍ରସାରିତ ହୋଇଛି । ଏଥିସହ ମାର୍ଟିନ୍ ଅନେକ ବ୍ୟବସାୟର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ୨୦୦୩ ମସିହାରେ ମାର୍ଟିନ୍ ଦେଶର ସର୍ବାଧିକ ଟିକସଦାତା ଭାବେ ଚର୍ଚ୍ଚାକୁ ଆସିଥିଲେ ।
[ad_2]