ଦେଶ

ନିର୍ବାଚନ ତାରିଖ ଘୋଷଣା ପରେ ‘ବଙ୍ଗ’ ଅଶାନ୍ତ – Ibnodisha

[ad_1]

କୋଲକାତା: ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଅଶାନ୍ତ ହୋଇପଡିଛି । ରିପୋର୍ଟ ଅନୁସାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏବେ ହିଂସାକାଣ୍ଡ ଭଳି ଘଟଣା ଘଟିବା ଆରମ୍ଭ ହୋଇଯାଇଛି । ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ରୀନା ଠାକୁର ଅଭିଯୋଗ କରିଛନ୍ତି ଯେ, ପାଣ୍ଡବେଶ୍ୱର ଠାରେ ଥିବା ତାଙ୍କର ଏକ ଦୋକାନ ଘରକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) କର୍ମୀମାନେ ନିଆଁ ଲଗାଇ ଜାଳିଦେଇଛନ୍ତି । ରୀନା ଠାକୁରଙ୍କ କହିବାନୁସାରେ ପୂର୍ବରୁ ବିଜେପିରେ ଯୋଗନଦେବା ପାଇଁ ତାଙ୍କୁ ଟିଏମ୍‌ସି ପକ୍ଷରୁ ବାରମ୍ବାର ଧମକ ଦିଆଯାଇଆସୁଥିଲା । କିନ୍ତୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିଲେ । ଏହା ପରଠାରୁ ତାଙ୍କୁ ଟିଏମ୍‌ସି କର୍ମୀଙ୍କ ପକ୍ଷରୁ ବାରମ୍ବାର ହଇରାଣ ହରକତ କରାଯାଇଆସୁଛି । ଏସବୁ ମଧ୍ୟରେ ତାଙ୍କ ପାରିବାରିକ ବ୍ୟବସାୟକୁ ମଧ୍ୟ ନଷ୍ଟ କରିଦେବା ଉଦ୍ଦେଶ୍ୟରେ ପାଣ୍ଡବେଶ୍ୱର ଠାରେ ଥିବା ତାଙ୍କର ଏକ ଦୋକାନକୁ ଜାଳିପୋଡି ଦିଆଯାଇଛି । ରୀନା ଠାକୁରଙ୍କ ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏତଦ୍‌ବ୍ୟତୀତ ଶନିବାର ବିଳମ୍ବିତ ରାତିରେ ନଦିଆ ଜିଲ୍ଲାର କୃଷ୍ଣାନଗର ଠାରେ ଖୋକନ୍ ଖାନ୍ ନାମକ ଜଣେ ଟିଏମ୍‌ସି ନେତାଙ୍କ ଘର ଉପରେ ମଧ୍ୟ କିଛି ଦୃର୍ବୁୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖୋକନ୍ ଖାନ୍ ଟିଏମ୍‌ସିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ହୋଇଥିବା ବେଳେ ସେ ଟିଏମ୍‌ସିର ସଂଖ୍ୟାଲଘୁ ସେଲର୍ ସ୍ଥାନୀୟ ନେତା ଭାବେ କାର୍ଯ୍ୟ କରୁଛନ୍ତି । ତେବେ ବିଳମ୍ବିିତ ରାତିରେ ତାଙ୍କ ଘର ଉପରେ ବୋମାମାଡ଼ କରାଯାଇଛି । ତେବେ ସୌଭାଗ୍ୟବଶତଃ ବୋମାଟି ଫୁଟିନଥିଲା, ଯାହାଫଳରେ ଖୋକନ୍ ଏବଂ ତାଙ୍କ ପରିବାର ଲୋକେ ଏବେ ସୁରକ୍ଷିତ ରହିଛନ୍ତି । ତେବେ ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ଏପ୍ରକାର ହିଂସାକାଣ୍ଡ ଘଟଣା ଘଟିବା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ପୂର୍ବ ବିଧାନସଭା ନିର୍ବାଚନ ସମୟରେ ଏବଂ ଫଳାଫଳ ଆସିବା ପରେ ମଧ୍ୟ ପଶ୍ଚିମବଙ୍ଗରେ ଦୀର୍ଘସମୟ ପର୍ଯ୍ୟନ୍ତ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button