ଦେଶ

ଅନଲାଇନରେ ଅର୍ଡ଼ର କରିଥିଲେ ସୁନା ଇଟା ବାହାରିଲା ପିତଳ

IBN ଓଡିଶା(ବ୍ୟୁରୋ)-ବହୁ ସମୟରେ ଲୋକେ ଅନଲାଇନରେ ବିଭିନ୍ନ ଜିନିଷ ଅର୍ଡ଼ର କରିଥାଆନ୍ତି। ମାତ୍ର କିଛି ସମୟରେ ଏପରି ଦେଖାଯାଏ, ଲୋକେ ଯେଉଁ ଜିନିଷ ଅର୍ଡ଼ର କରନ୍ତି, ତାହା ଆସିନଥାଏ। କେତେକ ସମୟରେ ଲୋକେ ଠକାମିର ମଧ୍ୟ ଶିକାର ହୋଇଥାଆନ୍ତି।ଆଜ୍ଞା ହଁ , ଏପରି ଏକ ଘଟଣା ଉତରପ୍ରଦେଶର ମଧୁରା ଜନପଦ ଶେରଗଡ଼ରେ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଲୋକେ ଅନଲାଇନରେ ସୁନାର ଇଟା ( ବିସ୍କୁଟ) ଅର୍ଡ଼ର କରିଥିଲେ। ମାତ୍ର ଅର୍ଡ଼ର ଆସିବାରୁ ତାହାକୁ ଖୋଲିବା ପରେ ଲୋକଙ୍କ ହୋସ ଉଡ଼ିଯାଇଥିଲା। ସୁନାର ଇଟା ବଦଳରେ ସେଥିରୁ ପିତଳର ଇଟା ବାହାରିଥିଲା। ଏହାପରେ ଏହି ଘଟଣା ବିଷୟରେ ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଠକାମିର ମାମଲା ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା। ଶେରଗଡ଼ ପୁଲିସ ଠକାମିର କାମ କରୁଥିବା ତିନି ଜଣଙ୍କୁ ଗିରଫ କରିଥିଲା। ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଉକ୍ତ ଅଭିଯୁକ୍ତମାନେ ଓଏଲଏକ୍ସ ବିଜ୍ଞାପନ କରି ଏହି କାମ କରୁଥିଲେ।
ଏହି ଅଭିଯୁକ୍ତଙ୍କ ନିକଟରୁ ନଗଦ ଆଠଲକ୍ଷ ଟଙ୍କା, ଆଧାର କାର୍ଡ଼, ଗୋଟିଏ ନକଲି ସୁନା ଇଟା, ୯ଟା ସିମ କାର୍ଡ଼, ଅନ୍ୟାନ୍ୟ କେତେକ ଜିନିଷ ମଧ୍ୟ ଜବତ ହୋଇଛି।
ଶେରଗଡ଼ ପୁଲିସ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଥୁରା ଜନପଦର ବାସିନ୍ଦା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button