ଦେଶ

ତାଲିବାନ ପ୍ରଶାସନର ଏହି ପଦକ୍ଷେପ ପରେ ବିଶ୍ୱରେ ଚମକିଲା ଆଫାଗାନିସ୍ଥାନ ମୁଦ୍ରା ଆଫଗାନି – Ibnodisha

[ad_1]

ତାଲିବାନ: ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନର ମୁଦ୍ରା ଆଫଗାନି ଚଳିତ ତ୍ରୈମାସିରେ ବିଶ୍ୱର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଦ୍ରା ଭାବେ ଉଭା ହୋଇଛି । ବ୍ଲୁମବର୍ଗ ଦ୍ୱାରା ସଂଗୃହିତ ତଥ୍ୟରୁ ଏହା ପ୍ରକାଶ ପାଇଛି । ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ମୁଦ୍ରା ଆଫଗାନ ମୂଲ୍ୟର ୯ ପ୍ରତିଶତ ବୃଦ୍ଧି ହୋଇଛି । ଏହାର କାରଣ ଭାବେ କୋଟି କୋଟି ଡଲାର ମାନବୀୟ ସହାୟତାର ପ୍ରବାହ ଓ ଏସୀୟ ପଡୋଶୀ ଦେଶମାନଙ୍କ ସହ ବାଣିଜ୍ୟ ବୃଦ୍ଧି ।

ଦୁଇବର୍ଷ ତଳେ ଆଫଗାନିସ୍ତାନର କ୍ଷମତା ଦଖଲ ପରେ ତାଲିବାନ ନିଜ ମୁଦ୍ରା ଉପରେ ଦୃୃଢ ଦଖଲ ବଜାୟ ରଖିବା ପାଇଁ ଅନେକ ପଦକ୍ଷେପ ନେଇଛି । ଏହି ପଦକ୍ଷେପଗୁଡିକ ମଧ୍ୟରେ ସ୍ଥାନୀୟ କାରବାରରେ ଡଲାର ଏବଂ ପାକିସ୍ତାନୀ ଟଙ୍କା ବ୍ୟବହାର ଉପରେ କଟକଣା ଲଗାଇବା ଏବଂ ଦେଶ ବାହାରେ ଆମେରିକୀୟ ଡଲାର ପରିବହନ ଉପରେ କଠୋର ପ୍ରତିବନ୍ଧକ ଅନ୍ତର୍ଭୁକ୍ତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button