ଦେଶ

କ୍ଷତିପୂରଣ ବାବଦକୁ ‘ପ୍ୟୁମା’ କମ୍ପାନିକୁ ୧୦ ଲକ୍ଷ ଟଙ୍କା ଦେବ ଆଗ୍ରାର ନକଲି ଜୋତା ନିର୍ମାଣକାରୀ କମ୍ପାନି – Ibnodisha

[ad_1]

ଆଗ୍ରା : ‘ପ୍ୟୁମା’ କମ୍ପାନିର ‘ଟ୍ରେଡ୍‌ମାର୍କ’ ବା ଲୋଗୋ ‘ଡିଅନ୍ତା ପ୍ୟୁମା’ (ମାର୍ଜାର ଶ୍ରେଣୀର ଜନ୍ତୁ) ବ୍ୟବହାର କରି ନକଲି ଜୋତା ତିଆରି କରିଥିବା ଆଗ୍ରାର ଏକ କମ୍ପାନିକୁ ଦିଲ୍ଲୀ ହାଇକୋର୍ଟ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ଜର୍ମାନ୍‌ କମ୍ପାନି ‘ପ୍ୟୁମାଏସ୍‌ଇ’ର ‌‘ଲୋଗୋ’ ‘ଡିଅନ୍ତା ପ୍ୟୁମା’ ଲଗାଇ ଆଗ୍ରାର ‘କୁମ୍‌କୁମ୍‌ ସୁଜ୍’ ନକଲି ଜୋତା ବିକ୍ରୟ କରୁଥିଲା। ଏହି ନକଲି ‌ଜୋତା ବିକ୍ରୟ କରି ‘କୁମ୍‌କୁମ୍‌ ସୁଜ୍‌’ ପ୍ରାୟ ୧୮ରୁ ୧୯ ଲକ୍ଷ ଟଙ୍କା ଲାଭ କରିଥିବା କଥା ସ୍ଥାନୀୟ କମିସନର୍‌ ରିପୋର୍ଟ କରିଥିଲେ। ଏହି ରିପୋର୍ଟକୁ ଆଧାର କରି ଦିଲ୍ଲୀ ହାଇକୋର୍ଟ ମାମଲାର ବିଚାର କରି ଜର୍ମାନିର ‘ପ୍ୟୁମାଏସ୍‌ଇ’ କମ୍ପାନି ସପକ୍ଷରେ ରାୟ ଶୁଣାଇଛନ୍ତି। ‘ପ୍ୟୁମାଏସ୍‌ଇ’କୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଅଦାଲତ ‘କୁମ୍‌କୁମ୍‌ ସୁଜ୍‌’କୁ ଆଦେଶ ଦେଇଛନ୍ତି। ସ୍ଥାନୀୟ କମିସନର୍‌ଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ‘କୁମ୍‌କୁମ୍‌ ସୁଜ୍‌’ ପୂରା ଦମ୍‌ରେ ନକଲି ‘ପ୍ୟୁମା’ ଜୋତା ନିର୍ମାଣ ଚଳାଇଥିଲା। ଏହି ନକଲି ଜୋତା ସବୁ ଆଗ୍ରା, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ବିକ୍ରୟ କରାଯାଉଛି ବୋଲି ‘ସ୍ପୋର୍ଟିଙ୍ଗ୍‌ ବ୍ରାଣ୍ଡ୍‌’ ଭାବେ ବିଶ୍ବରେ ସୁଖ୍ୟାତି ଅର୍ଜନ କରିଥିବା ‘ପ୍ୟୁମାଏସ୍‌ଇ’  ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଥିଲ। ଅଭିଯୋଗର ଶୁଣାଣି କରି ଅଦାଲତ ୨୦୨୨ ସେପ୍ଟେମ୍ବରରେ ‘କୁମ୍‌କୁମ୍‌ ସୁଜ୍‌’କୁ ଏହି ସବୁ ନକଲି ଜୋତା ବିକ୍ରୟ ନ କରିବାକୁ ଆଦେଶ ଦେବା ସହିତ ଘଟଣାର ତଦନ୍ତ କରିବା ଲାଗି ଜଣେ ସ୍ଥାନୀୟ କମିସନର୍‌ଙ୍କୁ ନିର୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ୧୯୪୮ ମସିହାରେ ପଞ୍ଜିକୃତ ହୋଇଥିବା ‘ପ୍ୟୁମା ଏସ୍‌ଇ’ର ଏହି ‘ଡିଅନ୍ତା ପ୍ୟୁମା’ ୧୯୭୭ ଓ ୧୯୮୬ରେ ମଧ୍ୟ ଭାରତରେ ପଞ୍ଜୀକୃତ ହୋଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button