IBN ଓଡ଼ିଶା ବ୍ୟୁରୋ

ଆଇନଜୀବୀ ବିକ୍ରିକଲେ ପରିବା

IBN ଓଡିିଶା (ବ୍ୟୁରୋ) କଟକ:  କୋର୍ଟ ବନ୍ଦ। ଫଳରେ ରୋଜଗାର ମଧ୍ୟ ହେଉନାହିଁ। ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା କାଠିକର ପାଠ। କରୋନା ଲକ୍‌ଡାଉନ୍‌ ସେମାନଙ୍କ ରୋଜଗାର ଛଡ଼ାଇ ନେଇଛି। କିଭଳି ପରିବାର ପ୍ରତିପୋଷଣ କରିବେ ସେଥିପାଇଁ ଚିନ୍ତାରେ ଆଡ୍‌ଭୋକେଟ୍‌। ପେଷାରେ ଆଡ୍‌ଭୋକେଟ୍‌, କିନ୍ତୁ ବିକ୍ରି କରୁଛନ୍ତି ପରିବା। ଆଜି କୋର୍ଟ ବଦଳରେ ରାସ୍ତାରେ ଆଡ୍‌ଭୋକେଟ୍‌। କଳାକୋର୍ଟ ପିନ୍ଧି ଆଡ୍‌ଭୋକେଟ୍‌ମାନେ ଅଭିନବ ଢଙ୍ଗରେ ସେମାନଙ୍କ ଆର୍ଥିକ ଅନଟନ ସମ୍ପର୍କରେ ସରକାର ଏବଂ ବାର୍‌ କାଉନ୍‌ସିଲ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାର ସବୁ ବର୍ଗ ଲୋକଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ ଆଡ୍‌ଭୋକେଟ୍‌ଙ୍କ ପ୍ରତି ପାତରଅନ୍ତର ନୀତି ଅବଲମ୍ବନ କରିବା ଠିକ୍‌ ହେଉନାହିଁ ବୋଲି ଅନେକ କହିଛନ୍ତି। ଆଡ୍‌ଭୋକେଟ୍‌ ତପନ କୁମାର ପାଲ୍‌ କହିଛନ୍ତି ଯେ ଗତ ୫ମାସ ହେବ ହାଇକୋର୍ଟ ଓ ଲୋୟରକୋର୍ଟ ବନ୍ଦ ହୋଇଯାଇଛି। କୋର୍ଟ ବନ୍ଦ ହୋଇଥିବାରୁ ଆୟ ହେଉ ନାହିଁ। ତେଣୁ ପରିବା ବିକ୍ରି କରି ପରିବାର ପ୍ରତିପୋଷଣ ଲାଗି ରୋଜଗାର କରିବାକୁ ଆରମ୍ଭ କରିଛୁ। ରାଜ୍ୟ ସରକାର ଏବଂ ବାର୍‌ କାଉନ୍‌ସିଲ୍‌ଙ୍କୁ ଆଡ୍‌ଭୋକେଟ୍‌ମାନଙ୍କ ପାଇଁ ସହାୟତା ଲାଗି କରାଯାଇଥିବା ନିବେଦନ କୁମ୍ଭୀର କାନ୍ଦଣା ସଦୃଶ ହୋଇଛି। କୋର୍ଟ ବନ୍ଦ ହେବା ପରେ ରୋଜଗାର ମଧ୍ୟ ହେଲାନାହିଁ। ତେଣୁ ବାଧ୍ୟ ହୋଇ ପରିବା ବିକ୍ରି କରିବାକୁ ପଡୁଛି। କଟକ ହାଇକୋର୍ଟର ଆଡ୍‌ଭୋକେଟ୍‌ ଅଭିନବ ଢଙ୍ଗରେ ପ୍ରତିବାଦକୁ ନେଇ କଟକ ସହରରେ ଚର୍ଚ୍ଚା ଜୋର୍‌ ଧରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button