ଶୀତ ଦିନରେ କିପରି ରହିବେ ସୁସ୍ଥ ?

ଶୀତରେ ସାଧାରଣତଃ ସମସ୍ତେ କମ ପରିମାଣର ପାଣି ପିଅନ୍ତି। କିନ୍ତୁ ଏମିତି ନୁହେଁ ଯେ, ଆମ ଶରୀରକୁ ପାଣିର ଆବଶ୍ୟକତା ନାହିଁ ଥଣ୍ଡା କାରଣରୁ ଆମେ କମ ପାଣି ପିଇଥାଉ। ଅଧିକ ପାଣି ପିଇଲେ ବାରମ୍ବାର ପରିସ୍ରା ହୋଇଥାଏ ତାହା ରକ୍ତ ଶୁଦ୍ଧ କରିଥାଏ। ଏହା ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ସୁନ୍ଦର ଦେଖାଯାଏ। ମିଠା ଜାତୀୟ ଖାଦ୍ୟରୁ ଦୁରେଇ ରହିବା ଆବଶ୍ୟକ। ଏହି ଦିନରେ cookies , pastry ଭଳି ଖାଦ୍ୟ ଇମ୍ୟୁନ ସିଷ୍ଟମରେ ବ୍ୟାଘାତ ସୃଷ୍ଟି କରେ। ତଟକା ପନିପରିବା ସହ ବିଭନ୍ନ ପ୍ରକାର ଫଳ ଖାଇବା ମଧ୍ୟ ହିତକର। ଶୀତ ଦିନରେ ଅଧିକ ମଟନ ଖାଇବା ଅନୁଚିତ। କାରଣ ମାଂସ ହଜମ ହେବାର ବେଶୀ ସମୟ ଲାଗେ। ଥଣ୍ଡା ବା ସାଧାରଣ ତାପମାତ୍ରା ପାଣି ପିଇବା ଅପେକ୍ଷା ନଖ ଉଷୁମ ପାଣି ପିଇବା ଭଲ। ଏହା ଶରୀରକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ। କାଜୁ, ପିସ୍ତା, ବାଦାମ ପରି ଖାଦ୍ୟ ଖାଇବା ଆବଶ୍ୟକ ଯାହା ଶରୀରକୁ ଗରମ ରଖେ ଫଳରେ ଶୀତ କମ ହେବ ଏବଂ ଶୀତ ଦାଉରେ ଶରୀର ଫାଟିବ ନାହିଁ। ବାହାରକୁ ଆସି ଶୀତୁଆ ପାଗ କୁ ଉପଭୋଗ କରିବା ସହ କିଛି ସମୟ ଚଲାବୁଲା ମଧ୍ୟ କରିବା ଉଚିତ। ହାତ ଓ ପାଦକୁ ଶୋଇବା ପୂର୍ବରୁ ତେଲରେ ଘଷିବା ସହ ବାହାରକୁ ଯିବା ସମୟରେ ଶୀତ ବସ୍ତ୍ର ପରିଧାନ କରିବା ଉଚିତ। ନିଜକୁ ସଫା ରଖିବା ସହ ବାରମ୍ବାର ହାତ ଧୋଇବା ଯଦି ଓଦା ହେବାକୁ ଚାହୁଁନାହାନ୍ତି ତେବେ ସାନିଟାଇଜରର ବ୍ୟବହାର କରିବା। ଗ୍ୟାସ ବା ହିଟର ଆଦି ସାମ୍ନାରେ ବେଶୀ ସମୟ ରହିବା ଉଚିତ ନୁହେଁ। ଯଦି ବନ୍ଦ ଘରେ ଶୋଉଛନ୍ତି ତେବେ ଶୋଇବା ପୂର୍ବରୁ ରୁମ ହିଟର ବନ୍ଦ କରିଦେବା ଠିକ। କାରଣ ନିଆଁ ଅଧିକ ମାତ୍ରାରେ ଅମ୍ଳଜାନ ଗ୍ରହଣ କରିଥାଏ ଫଳରେ ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ହୋଇଥାଏ।




