IBN ଓଡ଼ିଶା ବ୍ୟୁରୋ

ଲିଭରକୁ ସଫା କରିବାର ୭ଟି ଉପାୟ

 ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା କ୍ରମାଗତ ଭାବରେ ଅନେକ କାର୍ଯ୍ୟ କରିଥାଏ। ଏହା ଶରୀରରେ ହେଉଥିବା ରକ୍ତ ପ୍ରବାହରୁ ବିଷାକ୍ତ ପଦାର୍ଥକୁ ଫିଲ୍ଟର୍ କରିଥାଏ। ମାକ୍ରୋ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌କୁ ସନ୍ତୁଳିତ କରିଥାଏ। ହରମୋନ୍ ନିୟନ୍ତ୍ରଣ କରେ। ତେବେ ଖରାପ ଖାଦ୍ୟ ଅଭ୍ୟାସ ଏବଂ ଅତ୍ୟଧିକ ମଦ୍ୟପାନ ଲିଭର ପାଇଁ ବହୁତ କ୍ଷତି ହୋଇଥାଏ।

ଲିଭର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏହାର ଉପଯୁକ୍ତ ଯତ୍ନ ନେବା ସହ ଏହାକୁ ସଫା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫଳରେ ଏହା ସଠିକ୍ ଭାବରେ କାର୍ଯ୍ୟ କରିବା ଜାରି ରଖେ। ଅନେକଗୁଡିଏ ପ୍ରାକୃତିକ ପଦ୍ଧତି ଅଛି ଯାହାକୁ ବ୍ୟବହାର କରି ଲିଭରକୁ ଦୀର୍ଘ ବର୍ଷ ପାଇଁ ସୁସ୍ଥ ରଖାଯାଇ ପାରିବ।

ଲିଭରକୁ ଠିକ ରଖିବା ପାଇଁ ସୁସ୍ଥ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏକ ସୁସ୍ଥ ଜୀବନଶୈଳୀ ଏବଂ ଲିଭର ଅନୁକୂଳ ଖାଦ୍ୟ ଗ୍ରହଣ କଲେ ଏହା ଲିଭରକୁ ରକ୍ଷା କରିବା ସହ ଠିକ୍ ଭାବେ କାମ କରିଥାଏ ଏବଂ ଏହା ଲିଭର୍‌ର ଅନେକ ରୋଗରୁ ରକ୍ଷା କରେ।

ଲିଭରକୁ ସଫା କରିବାର ୭ଟି ଉପାୟ:

  • ଲିଭରକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରଖିବା ପାଇଁ ଏହାକୁ ନିୟମିତ ସଫା କରିବା ଆବଶ୍ୟକ। ଏଥିପାଇଁ ସକାଳେ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ମିଶେଇ ପିଅନ୍ତୁ। ଭିଟାମିନ୍ C ରେ ଭରପୂର ଥିବାରୁ ଲେମ୍ବୁ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ, ଯାହା ସଂକ୍ରମଣ ଏବଂ ରୋଗ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।

  • ଦିନକୁ ୬ ରୁ ୮ ଗ୍ଲାସ୍ ସାଧାରଣ ପାଣି ଏବଂ ୨ ରୁ ୩ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ। ଏହା ଲିବର ଏବଂ କିଡ୍‌ନୀକୁ ସଫା କରିଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ଏହା ଅତ୍ୟନ୍ତ ପ୍ରଭାବଶାଳୀ।

  • ଆପଣ ଯାହା ବି ଖାଦ୍ୟ ଖାଆନ୍ତୁ, ଏଥିରେ ଅତି କମରେ ୪୦ ପ୍ରତିଶତ ଫଳ ଏବଂ ପନିପରିବା ରହିବା ଉଚିତ। କଞ୍ଚା ଫଳରେ ଏନ୍‌ଜାଇମ୍ ଭରପୂର ଥାଏ, ଯାହା ହଜମ କରିବାରେ ସାହାଯ୍ୟ କରିଥାଏ। ଏଗୁଡ଼ିକ ଲିଭରର କ୍ଷମତାକୁ ବଢାଇଦେଇଥାଏ ଯାହାଦ୍ୱାରା ଏହା ଶରୀରରୁ ସହଜରେ ବିଷାକ୍ତ ପଦାର୍ଥ ବାହାର କରିପାରେ। ଯଦି ଆପଣ ପ୍ରତିଦିନ ଦୁଇରୁ ତିନିଟି ଫଳ ଏବଂ ପନିପରିବା ଖାଆନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ।

  • ଖାଦ୍ୟରେ ମଇଦା ଏବଂ ଚିନିକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏହି ଖାଦ୍ୟ ହେତୁ ଲିଭରକୁ ଏହାର କାର୍ଯ୍ୟ କରିବାରେ ଅଧିକ ପରିଶ୍ରମ କରିବାକୁ ପଡେ। ଆହୁରି ମଧ୍ୟ ଏହିପରି ଖାଦ୍ୟର ବ୍ୟବହାର କ୍ଷତିକାରକ ବ୍ୟାକ୍ଟେରିଆର ଅତ୍ୟଧିକ ବୃଦ୍ଧି ଘଟାଏ।

  • ନିୟମିତ ଭାବରେ ଆପଣଙ୍କ ଖାଦ୍ୟରେ ଗଜାଜାତୀୟ ଶସ୍ୟକୁ ସାମିଲ କରନ୍ତୁ। ଏଥିପାଇଁ ମୁଗ, ବୁଟ, ମଟର ଆଦି ଗଜା କରି ଖାଆନ୍ତୁ। ଲିଭରକୁ ପରିଷ୍କାର କରିବାରେ ଏହି ସବୁ ଜିନିଷ କାମ କରେ।

  • ଲିଭରକୁ ସୁସ୍ଥ ରଖିବା ପାଇଁ ଗାଜର, ବିଟ୍, ପାଳଙ୍ଗରୁ ପ୍ରସ୍ତୁତ ରସ ପିଅନ୍ତୁ। ଏହି ରସକୁ ଏକ ଗ୍ଲାସ୍ ପିଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ଏହା ଦ୍ୱାରା ଲିଭର ମଧ୍ୟ ଡିଟକ୍ସ ହୋଇଥାଏ। ଆପଣ ଗହମ ରସ ମଧ୍ୟ ପିଇପାରିବେ। ଲିଭରକୁ ସଫା କରିବା ପାଇଁ ଏସବୁ ପ୍ରାକୃତିକ ସୁସ୍ଥ ପାନୀୟ।

  • ଯେଉଁଥିରେ ଅଧିକ ପରିମାଣର ଚର୍ବି ଅଛି ସେହିସବୁ ଜିନିଷଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଯେପରିକି ସମ୍ପୁର୍ଣ୍ଣ କ୍ଷୀର, ଚିକେନ୍, ମଟନ୍, ପ୍ରୋସେସ୍ଡ ଏବଂ ଭଜା ଖାଦ୍ୟ ଇତ୍ୟାଦିରୁ ଦୂରେଇ ରହିବା ଭଲ। ଏସବୁକୁ ଅତ୍ୟଧିକ ଖାଇବା ଦ୍ୱାରା ଲିଭରକୁ କ୍ଷତି ପହଞ୍ଚାଇପାରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button