IBN ଓଡ଼ିଶା ବ୍ୟୁରୋ

ପୁଣି ଗୋଡେଇ ହାଣିଲେ ଜଣେ ଶିକ୍ଷୟତ୍ରୀ ଙ୍କୁ

#ଟାର୍ଗେଟରେ_ପୁଣି_ଶିକ୍ଷୟତ୍ରୀ : #ଦିନ_ଦ୍ୱିପହରେ_ବିଚ୍‌ରାସ୍ତାରେ_ଗୋଡ଼େଇ_ଗୋଡ଼େଇ #ହାଣିଲେ_ଦୁର୍ବୃତ୍ତ

IBN ଓଡିଶା(ବ୍ୟୁରୋ):ଯାଜପୁର ୯।୭: ଯାଜପୁରରେ ପୁଣି ଟାର୍ଗେଟରେ ଶିକ୍ଷୟତ୍ରୀ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଉ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଗୁରୁବାଦର ଦିନ ଦ୍ୱିପହରରେ ଯାଜପୁରର ରାଛିପୁର ଛକ ନିକଟରେ ଘଟିଛି । ପ୍ରକାଶଯୋଗ୍ୟ ଯେ, ଗତକିଛି ଦିନ ତଳେ ଜିଲ୍ଲାରେ ଜଣେ ଶିକ୍ଷୟତ୍ରୀଙ୍କ ଘରେ ପଶି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଶିୟୟତ୍ରୀ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଥିଲା । ଏହି ଘଟଣାର କିଛି ଦିନ ପରେ ପୁଣି ଜଣେ ଶିକ୍ଷୟତ୍ରୀଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

ଯାଜପୁର ସ୍ଥିତ ରାଛିପୁର ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ରାଛିପୁର ଛକ ନିକଟ ରାସ୍ତାରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଇଛନ୍ତି ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିନ୍ତୁ ମହିଳାଙ୍କୁ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ନଟପଡ଼ା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button